Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପୋଲ ତଳୁ ଯୁବକଙ୍କ ମୃତଦେହ ଉଦ୍ଧାର, ବାଇକ ଜବତ

କନ୍ଧମାଳ:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ଫୁଲବାଣୀ ସଦର ଥାନା ଅନ୍ତର୍ଗତ କଟ୍ରିଙ୍ଗିଆ-ଦଡକି ରାସ୍ତାର ଲଦାମୁଣ୍ଡା ପୋଲ ତଳୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଏଥି ସହ ଏକ ବାଇକ ଜବତ କରାଯାଇଛି। ମୃତକ ଜଣକ ଗୋଚ୍ଛାପଡା ଥାନା ବାଲନ୍ଦାପଡା ପଞ୍ଚାୟତ ବାଘପଦର ଗ୍ରାମର ଉମାକାନ୍ତ କହଁର ।ସୂଚନା ଅନୁଯାୟୀ ଉମାକାନ୍ତ ନିଜ ବାଇକ ଯୋଗେ ଫୁଲବାଣୀ ଆସି ସେଠାରୁ ନୟାଗଡରେ ପଢୁଥ‌ିବା ନିଜ ଝିଅ ପାଖକୁ ଯାଇଥିଲେ। ଶୁକ୍ରବାର ରାତିରେ ସେ ବସ ଯୋଗେ ଫେରୁଥିଲେ। ଶନିବାର ସକାଳେ କିଛି ବ୍ୟକ୍ତି ସେ ବାଇକ ସହ ପୋଲ ତଳେ ପଡିଥିବା ଦେଖି ସଦର ଥାନାକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏହା ଏକ ଦୁର୍ଘଟଣା ବୋଲି ଅନୁମାନ କରାଯାଉଥ‌ିବା ବେଳେ ମୃତ୍ୟୁର ପ୍ରକୃତ କାରଣ ଜଣାପଡି ନାହିଁ । ଏ ନେଇ ଅଧିକ ତଦନ୍ତ ଚାଲିଥିବା ବିଷୟ ସଦର ଥାନା ଅଧିକାରୀ ସୂଚନା ଦେଇଛନ୍ତି।