Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଚାଷି ଙ୍କ ପାଇଁ ଦେବଦୂତ ସାଜିଲେ ଜନ ପ୍ରତିନିଧି, ୩୦୦ ଏକଡ଼ ଚାଷଜମି କୁ ନଦୀ ରୁ ନାଳ କରି ଜଳସେଚିତ କଲେ ।

କୋକସରା:୦୯/୦୯ ଅନାବୃଷ୍ଟି କାରଣରୁ ଚଳିତ ବର୍ଷ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ର ୨୨ ପଞ୍ଚାୟତ ରେ ସମ୍ଭାବ୍ୟ ମରୁଡି ପରିସ୍ଥିତି ଉପୁଜିଥିବା ବେଳେ ବ୍ଲକ ର ଚାଷୀ ମାନେ ଚିନ୍ତା ଓ ନିରାଶା ରେ ରହିଛନ୍ତି। ବ୍ଲକ କୁ ମରୁଡି ଘୋଷଣା ସହ ଚାଷ କ୍ଷୟକ୍ଷତି ଆକଳନ କରି ଇନ ପୁଟ ସବସିଡ଼ି,କୃଷିରୁଣ ଛାଡ଼ ଓ ଶସ୍ୟ ବୀମା ପ୍ରଦାନ ପାଇଁ ସଚେତନ କୃଷକ ମଞ୍ଚ ପକ୍ଷରୁ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟ ରେ ଦାବିପତ୍ର ପ୍ରଦାନ କରାଯାଇଛି।କିଛି ପଂଚାୟତ ରେ ଚାଷି ବୁଣା ରୁଆ ଧାନ ରେ ଗାଈଗୋରୁ ଛାଡି ସାରିଲେଣି। ଏଭଳି ସ୍ଥିତି ରେ ବ୍ଲକ ର ଚାଷୀମାନେ ଯେଉଁଠି ଜଳଉତ୍ସ ଅଛି ସେଇଠୁ ପାଣିପମ୍ପ ରେ ପାଣି ଉଠାଇ ନିଜ ର ଚାଷ ଜମି କୁ ଜଳସେଚିତ କରିବାକୁ ଅହରହ ଚେଷ୍ଟା ଜାରି ରଖିଛନ୍ତି । କିଛି ଗ୍ରାମରେ ବର୍ଷା ପାଇଁ ଇନ୍ଦ୍ର ଦେବତା ଓ ଗ୍ରାମ ଦେବାଦେବୀ ଙ୍କ ନିକଟରେ ପୂଜାର୍ଚ୍ଚନା ମଧ୍ୟ ହେଉଥିବା ଦେଖିବାକୁ ମିଳିଛି।କୋକସରା ବ୍ଲକ ମହିମା ଓ ଟେମରା ପଞ୍ଚାୟତ ର ମହିମା,ନୂଆପଡା ଖୁରସେଲଗୁଡା ଗ୍ରାମ ଚାଷି ଙ୍କ ପ୍ରାୟ ୩୦୦ ଏକଡ଼ ଚାଷଜମି ଅଞ୍ଚଳ ର ଚାଷୀମାନେ ସ୍ଥାନୀୟ ମହିମା ସମିତି ସଭ୍ୟ ଘନଶ୍ୟାମ ନାଏକ ଙ୍କ ଜରିଆରେ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ ଙ୍କୁ ବେହେରା ନଦୀ ରୁ ନାଳ ଖୋଲାଇ ପାଇପ ଯୋଗେ ଜଳସେଚନ କରିବାକୁ ଅନୁରୋଧ କରିଥିଲେ। ମରୁଡି ସ୍ଥିତି ରେ ବ୍ଲକ ଉପାଧ୍ୟକ୍ଷ ଚାଷି ଙ୍କ ସ୍ୱାର୍ଥ କୁ ଦୃଷ୍ଟିରେ ରଖି ଜେସିବି ମେସିନ ଲଗାଇ ବେହେରା ନଦୀ ରୁ ପ୍ରାୟ ୪୦୦ ମିଟର ପର୍ଯ୍ୟନ୍ତ ନାଲା ଖୋଲାଇ ପାଇପ ଲାଇନ ଯୋଗେ ପ୍ରାୟ ୩୦୦ ଏକଡ଼ ଚାଷଜମି କୁ ଜଳସେଚନ ପାଇଁ ବ୍ୟବସ୍ଥା କରିଛନ୍ତି, ଫଳରେ ଏହି ୩ ଶହ ଏକଡ଼ ଜମି ରେ ଚାଷ ହେବା ଆଶା ଦେଖାଦେଇଛି। ବ୍ଲକ ଉପାଧ୍ୟକ୍ଷ ଙ୍କ ଏହି ମହାନତା କୁ ଅଞ୍ଚଳ ର ଚାଷୀ ସୁଧୀର ସାହୁ, ହିମାଂଶୁ ନାଏକ, ଭୁବନେଶ୍ୱର ନାଏକ, ଜଗ କୋ ଲ ଥିଆ, ସଦାନନ୍ଦ ପାତ୍ର, ହିରାଧାର ପାତ୍ର, ତପନ ପାତ୍ର,ପବିତ୍ର ନାଏକ, ନିଳାମ୍ବର ନାଏକ, ଭଗବାନ ଧ. ମାଝୀ ଓ ଅନ୍ୟ ପ୍ରମୁଖ ଚାଷୀମାନେ ମାନେ ପ୍ରସଂଶା କରିଛନ୍ତି।