Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କଂଗ୍ରେସ ଦଳର ବ୍ଳକ ସଭାପତି ହେଲେ ସୁରେଶ ଚୌଧୁରୀ

ଆଗାମୀ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ବିଜ କଂଗ୍ରେସ ଦଳ ତାର ପରିବର୍ଦ୍ଧିତ କମିଟି ଘୋଷଣା କରିଛି। ନିର୍ବାଚନୀ ମଣ୍ଡଳୀ ସ୍ତରରେ କଂଗ୍ରେସ ଦଳକୁ ଶକ୍ତିଶାଳୀ ଓ ସୁସଂଗଠିତ କରିବା ପାଇଁ ଯୁବ ନେତା ତଥା ଜିଲ୍ଲା ପରିଷଦ ସଭ୍ୟ ସୁରେଶ ଚୌଧୁରୀ ଙ୍କୁ କର୍ଲାମୁଣ୍ଡା ବ୍ଲକ ସଭାପତି ଭାବେ ନିଯୁକ୍ତି ଦିଆଯାଇଥିବା ଜଣା ପଡ଼ିଛି। ସୁରେଶ ହେଉଛନ୍ତି କର୍ଲାମୁଣ୍ଡା ବ୍ଲକ୍ ରେଗଡା ପଞ୍ଚାୟତ ବିଜାପାଟି ଗାଁର ସନ୍ତାନ।ସେ ପୂର୍ବରୁ ରେଗଡା ପଂଚାୟତ ର ସରପଞ୍ଚ ତଥା କଳାହାଣ୍ଡି ଦିବ୍ୟଙ୍ଗ ମଞ୍ଚ ସଭାପତି ,କର୍ଲାମୁଣ୍ଡା ବ୍ଳକ କୃଷକ କଲ୍ୟାଣ ମଞ୍ଚ ସାଧାରଣ ସମ୍ପାଦକ ଓ କର୍ଲାମୁଣ୍ଡା ଜନ ଜାଗରଣ ମଞ୍ଚ ର ବରିଷ୍ଠ ସଦସ୍ୟ ଭାବେ ଦାୟିତ୍ଵ ତୁଲାଇ ଥିଲେ।ସେ ବ୍ଳକ କଂଗ୍ରେସ ସଭାପତି ହେବାପରେ କଂଗ୍ରେସ ଦଳ ସଂଗଠନ ମଜବୂତ ହେବ ବୋଲି କର୍ମୀ ମହଲରେ ଉତ୍ସାହ ଦେଖାଦେଇଛି।ଏହି ପଦବୀ ପାଇବା ପରେ ସେ ପିସିସି ସଭାପତି ଶରତ ପଟ୍ଟନାୟକ, ବରିଷ୍ଠ କଂଗ୍ରେସ ନେତା ଭକ୍ତ ଚରଣ ଦାଶ୍ ଓ ଜିଲ୍ଲା କଂଗ୍ରେସ ସଭାପତି ଭାରତ ଭୂଷଣ ବେମାଲ ପ୍ରମୁଖ ଙ୍କୁ କୃତଜ୍ଞାତ ଜଣେଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ