Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କର୍ଲାମୁଣ୍ଡା ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ର ଅଭିଭାବକ ସମ୍ମିଳନୀ

କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଳକ ସଦର ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଠାରେ ରବିବାର ଅଭିଭାବିକା/ଅଭିଭାବକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା।ଏଥିରେ ମୁଖ୍ୟ ଅତିଥି ଭାବରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ଡାକ୍ତର ଆଜାଦ ଭୋଇ ଯୋଗ ଦେଇ ଦୀପ ପ୍ରଜ୍ଵଳନ କରିଥିବା ବେଳେ ପ୍ରଧାନ ଆଚାର୍ଯ୍ୟ ଶାନ୍ତନୁ ମିଶ୍ର ଉଦେଶ୍ୟ ଜ୍ଞାପନ କରିଥିଲେ ଓ ଶିଶୁ ବାଟିକା ପ୍ରମୁଖ ସୁଜିତ ଭୋଇ ସ୍ୱାଗତ ଭାଷଣ ଦେଇଥିଲେ।କାର୍ଯ୍ୟକ୍ରମ ରେ ଅଭିଭାବିକା ମାନଙ୍କ ଦ୍ଵାରା ପ୍ରସ୍ତୁତ ଘରୋଇ ଖାଦ୍ୟ ଉପରେ ପଦର୍ଶନୀ ହେବା ସହ ଅଭିଭାବିକା ମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ଏଥିରେ ଗୁରୁମା ବୀଣାପାଣି,ସ୍ୱର୍ଣ୍ଣ ଲତା, ଭାରତୀ,ମାଧୁରୀ, ରଂଜିତା, ସୁମତି, ସତ୍ୟଭାମା,ଗୁରୁଜୀ ଯୁଗଳ, ତୁମ୍ବେଶ୍ୱର,ଧବଳେସ୍ୱର,କୁଶ,ଚନ୍ଦ୍ରଶେଖର,କୋଦଣ୍ଡ,ଶେଷଦେଵ,ଶ୍ୟାମଘନ, ରତ୍ନାକର, ଯଶପାଲ ,ଟୁନୁ, ଜଗଦୀଶ ଙ୍କ ସମେତ ସମସ୍ତ ଅଭିଭାବକ ଅଭିଭାବିକା ସହଯୋଗ କରିଥିବା ବେଳେ ସୁମନ୍ତ ଗୁରୁଜୀ ଧନ୍ୟବାଦ ଅର୍ପଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ