Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଆର.ଉଦୟଗିରି ଥାନା ଚମ୍ପାଘାଟିରେ ଟ୍ରକ ଭାରସାମ୍ୟ ହରାଇ ଓଲଟି ଡ୍ରାଇଭର ଗୁରୁତର

ପାରଳାଖେମୁଣ୍ଡି:୧୦/୯(ଗରୁଡ଼ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲାର ଆର. ଉଦୟଗିରି ଥାନା ସୁଣ୍ଡୁରବା ଗ୍ରାମ ନିକଟସ୍ଥ ଚମ୍ପାଘାଟି ବୁଲାଣି ଠାରେ ଟ୍ରକଟି ଭାରସାମ୍ୟ ହରାଇ ଓଲଟି ଗାଡି ଚାଳକ ଗୁରୁତର ଆହତ ହୋଇଛନ୍ତି । ପୁଲିସ ସୁତ୍ରରୁ ପ୍ରକାଶ ଯେ ରବିବାର ସକାଳ ୬ଘଣ୍ଟା ସମୟରେ ଏକ ମାଲ ବାହି ଟ୍ରକ ନଂ( OD 05 AT 7363) ଗାଡିରେ ଆର,ଉଦୟଗିରି ରୁ ଖାଲି କାଚ ବୋତଲ ଧରି ବ୍ରହ୍ମପୁର ଯାଉଥିବା ସମୟରେ ସୁଣ୍ଡୁରୁବା ଗ୍ରାମ ନିକଟସ୍ଥ ଚମ୍ପାଘାଟି ବୁଲାଣି ଗାଡିର ଭାରସାମ୍ୟ ହରାଇ ଟ୍ରକଟି ୨୦ ଫୁଟ ତଳକୁ ଖସି ଓଲଟି ପଡି ଗଛକୁ ଧକ୍କା ଦେଇଥିଲା ।ଗାଡିର ଡ୍ରାଇଭର ପ୍ରେମନନ୍ଦ୍ର ସାହୁ ଗୋଡ ଚପେଇ ହୋଇ ରହିଯାଇଥିଲା । ଏହି ଖବର ପାଇ ଘଟଣାସ୍ଥଳକୁ ତହସିଲଦାର ଜ୍ୟୋତିମୟ ଦାସ ଥାନା ଅଧିକାରୀ ପ୍ରଶାନ୍ତ ମଳିକ ଓ ଅଗ୍ନିଶମ ବିଭାଗ କର୍ମଚାରୀ ଦୁଇ ଘଣ୍ଟା ଅକ୍ଳାନ୍ତ ଉଦ୍ୟମ କରି ଡ୍ରାଇଭରକୁ ଉଦ୍ଧାର କରିଥିଲେ । ୧୦୮ ଗାଡିରେ ଆର,ଉଦୟଗିରି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ ।ତାହାସହ ଗାଡିର ହେଲପର ରମାକାନ୍ତ ସାମାନ୍ୟ ଆହତ ହୋଇଥିଲା । ଚିକିତ୍ସା ପରେ ସୁସ୍ଥ ଥିବା ପରେ ଜଣା ପଡ଼ିଛି। ଡ୍ରାଇଭର ସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ ମେଡିକାଲ୍ କୁ ପଠା ଯାଇଛି ଇ ଆର,ଉଦୟଗିରି ଥାନାର ଗାଡି ଜବତ କରିବା ସହ ଏନେଇ ୧୨୦/୨୩ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଥିବା ପୁଲିସ ସୁତ୍ରରୁ ପ୍ରକାଶ ହୋଇଛି ।

More Stories