Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜାତୀୟ ସ୍ତରର କର୍ମଶାଳାରେ କର୍ଲାମୁଣ୍ଡା ର ଦୁଇ ଚାଷୀ ସମ୍ମାନିତ

କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଳକ ର ଦୁଇ ଜଣ ଚାଷୀ ଦିଲ୍ଲୀ ଠାରେ ଜାତୀୟ ସ୍ତରର ଏକ ଆଲୋଚନା କର୍ମଶାଳା ରେ ସମ୍ମାନିତ ହୋଇଥିବା ଜଣାପଡିଛି। ଏହି ଆଲୋଚନା ଚକ୍ର ରେ ଜଳବାୟୁ ପରିବର୍ତ୍ତନ ସହଣୀ ଉପରେ ବିଭିନ୍ନ ପ୍ରଣାଳୀ କୁ ଅବଲମ୍ବନ କରି ଥିବା ୧୫ ଟି ରାଜ୍ୟ ର ବିଭିନ୍ନ ଚାଷୀମାନେ ଅଂଶ ଗ୍ରହଣ କରି ଚାଷ ଓ ଜିବିକା ବ୍ୟବସ୍ଥା ଉପରେ ସେମାନଙ୍କ ମଧ୍ୟରେ ଜ୍ଞାନର ଆଦାନ ପ୍ରଦାନ କରିଥିଲେ।ଏଠାରେ ସୂଚନାଯୋଗ୍ୟ ଯେ ଏହି ବ୍ଳକ ଗଜବାହାଲ ପଞ୍ଚାୟତ ଧଅରାଖମନ ଗାଁ ର ଜୈବିକ ଚାଷୀ ବଳଦେବ ଭୋଇ ଓ ପୌରକେଲା ପଞ୍ଚାୟତ ବୁଢ଼ୀପଦର ଗାଁର ମହିଳା ଜୈବିକ ଚାଷୀ ଅରୁଣା ପାତ୍ର ଙ୍କୁ ସମନ୍ୱିତ ମରୁଡି ସହଣୀ ଚାଷ ବ୍ୟବସ୍ଥା ଓ ଦେଶୀ ବିହନ ସୁରକ୍ଷା ଦିଗରେ ଉଲ୍ଲେଖନୀୟ ଅବଦାନ ପାଇଁ ଦିଲ୍ଲୀ ଠାରେ ଇଣ୍ଡୋ ଗ୍ଲୋବାଲ ସୋସିଆଲ ସର୍ଭିସ ଷୋସାଇଟି ପକ୍ଷରୁ ଆୟୋଜିତ ଜଳବାୟୁ ପରିବର୍ତ୍ତନ ସକ୍ଷମତା ଉପରେ ଜାତୀୟ ସ୍ତରରେ ଆଲୋଚନା କର୍ମଶାଳା ରେ ଏହି ଦୁଇ ଚାଷୀ ଙ୍କୁ ସମ୍ମାନିତ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ