Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କର୍ଲାମୁଣ୍ଡା ବ୍ଳକ ର ୨୪୧ ଶିକ୍ଷକ ଙ୍କ ସାମୁହିକ ଛୁଟି ଓଗଣ ଧାରଣା …..ନିରାଶରେ ଘରକୁ ଫେରିଲେ ଛାତ୍ରୀ/ଛାତ୍ର

କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ପ୍ରାଥମିକ ସଂଘ ପକ୍ଷରୁ ବିଭିନ୍ନ ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ସାମୁହିକ ଛୁଟି ନେବା ଦ୍ୱାରା ବ୍ଳକ ର ସମସ୍ତ ପ୍ରାଥମିକ ବିଦ୍ୟାଳୟର ଗୁଡିକ ବନ୍ଦ ରହିଛି ।ଫଳରେ ବୁଧବାର ଛାତ୍ରୀ/ଛାତ୍ର ମାନେ ନିରାଶ ରେ ନିଜ ନିଜ ଘରକୁ ଫେରିଯାଉଥିବା ଦେଖିବାକୁ ମିଳିଥିଲା।ବୁଧବାର ଠାରୁ ପ୍ରାଥମିକ ଶିକ୍ଷକ ସଂଘ ତିନି ଦଫା ଦାବୀ ପୂରଣ ନ ହେବା ପର୍ଯ୍ୟନ୍ତ ବ୍ଳକ ୨୪୧ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ସାମୁହିକ ଛୁଟିରେ ରହିବା ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ କାର୍ଯଳୟ ସମ୍ମୁଖରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ରେ ବସିବୁ ବୋଲି ପ୍ରାଥମିକ ଶିକ୍ଷକ ସଂଘ ସଭାପତି ରୋହିତ କୁମାର ରଣା ଓ ସମ୍ପାଦକ ସୁଦର୍ଶନ ସାହୁ କହିଛନ୍ତି। ତେବେ ଦାବି ଗୁଡ଼ିକ ମଧ୍ୟରେ ପ୍ରାଥମିକ ଶିକ୍ଷକ ନିଯୁକ୍ତି ରେ ଠିକା ନିଯୁକ୍ତିପ୍ରଥା ବନ୍ଦକରି ଏକ୍ସକ୍ୟାଡ଼ର ଶିକ୍ଷକଙ୍କୁକ୍ୟଡର୍ଭୁକ୍ତକରିବାସହିତକନିଷ୍ଠଶିକ୍ଷକ,କଳାଶିକ୍ଷକ,କ୍ରୀଡ଼ାଶିକ୍ଷକଙ୍କୁନିୟମିତକରିବା ,ସମସ୍ତବର୍ଗରପ୍ରାଥମିକଶିକ୍ଷକଙ୍କୁକେନ୍ଦ୍ରୀୟହାରରେବେତନ(୪୨୦୦ଗ୍ରେଡପେ)ପ୍ରଦାନକରିବା,ନୂତନପେନସନ ବ୍ୟବସ୍ଥା ଉଚ୍ଛେଦ କରି ପୁରାତନ ପେନସନ ବ୍ୟବସ୍ଥା ପ୍ରଚଳନ କରିବା ପ୍ରମୁଖ ଦାବି ଗୁଡ଼ିକ ରହିଛି।ଅନ୍ୟ ପଟେ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ସାମୁହିକ ଛୁଟି ରହିବା ଦ୍ୱାରା ଛାତ୍ରୀ/ଛାତ୍ର ଙ୍କ ପାଠ ପଢା ସହିତ ମଧ୍ୟନ୍ହ ଭୋଜନ ବ୍ୟବସ୍ଥା ଠପ୍ପ ହୋଇଯିବ।ଏଥିରେ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେଶନ ର ନିର୍ଦେଶ କ୍ରମେ କର୍ଲାମୁଣ୍ଡା ବ୍ଳକ ପ୍ରାଥମିକ ଶିକ୍ଷକ ସଂଘ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦେଇଥିଲେ। ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ