Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲଗାଣ ବର୍ଷାରେ ଭାସିଗଲା କଲଭର୍ଟ: ୧୦ ଗାଁ କୁ ଯୋଗାଯୋଗ ବିଚ୍ଛିନ୍ନ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲାରେ ବୁଧବାର ଦିନ ଅପରାହ୍ନ ଠାରୁ ଲଗାଣ ବର୍ଷା ଆରମ୍ଭ ହୋଇଥିବା ବେଳେ ଛାଡିବାର ନା ଧରୁନି। ଲଗାଣ ବର୍ଷା ଫଳରେ ତୁମୁଡିବନ୍ଧ ବ୍ଲକ କୁର୍ତ୍ତମଗଡ଼ ଠାରୁ କରକୁଡୁପା ଭାୟା ଡ଼ାଙ୍ଗେସିଗୁଡ଼ା କୁ ସଂଯୋଗ କରୁଥିବା ଏହି ରାସ୍ତାରେ ଥିବା କର୍ଲଭର୍ଟ ପୁଣି ଧୋଇ ହୋଇ ଯାଇଛି l ଯାହା ଫଳରେ ୧୦ଟି ଗାଁ କୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ନିର୍ମାଣ ହୋଇଥିବା କଲଭର୍ଟ ଟି ଜୁଲାଇ ୩୦ତାରିଖ ବର୍ଷା ରେ ଧୋଇ ହୋଇ ଯାଇଥିଲା ତାକୁ ହୋମ ପାଇପ ଓ ବାଲି ବସ୍ତା ପକାଇ କାମ ହୋଇଥିଲା ଲୋକେ ଯିବା ଆସିବା କରୁଥିଲେ କିନ୍ତୁ ଗୁରୁବାର ସକାଳୁ ସମ୍ପୂର୍ଣ୍ଣ ଭାବେ ଭାସିଯାଇଥିବା ଦେଖିବାକୁ ମିଳିଛି। କୁର୍ତ୍ତମଗଡ଼ ଠାରୁ କରକୁଡୁପା ପଞ୍ଚାୟତର ଡ଼ାଙ୍ଗେସିଗୁଡ଼ା, ସିନ୍ଧିପଙ୍କାଳ, ବଲକି, କପିବିରା, ସିନ୍ଧିବଣ୍ଡାଙ୍ଗୀ, ତଗ ପଦର, ଗୁଗୁଡ଼ସୁଗା, ଗୁଗୁଡ଼ି ଗାଁ କୁ ନିର୍ମାଣ ହୋଇଥିବା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ନିର୍ମିତ ରାସ୍ତା ଏବେ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡିଛି। ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ପାଇଁ ଲୋକେ ଧୋଇ ହୋଇ ଯାଇଥିବା ରାସ୍ତା ଉପରେ ଯାତାୟାତ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିବାରୁ କରକୁଡୁପା ପଞ୍ଚାୟତବାସୀ ନାହିଁନଥିବା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି।