Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପରୀକ୍ଷା ଖାତା ମୂଲ୍ୟାୟନ ପାଉଣା ଦୁଇ ବର୍ଷ ହେଲା ମିଳିନାହିଁ

ବାଲିଗୁଡ଼ା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଆଦିବାସୀ ମହାବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକା ମାନେ କରୋନା କାଳରେ ଦୀର୍ଘ ଦୁଇ ବର୍ଷ ଧରି +3 ପ୍ରଥମ ଓ ତୃତୀୟ ସେମିଷ୍ଟର ଅନ୍ ଲାଇନ୍ ପରୀକ୍ଷା ଖାତା ମୂଲ୍ୟାୟନ କରିଥିଲେ ହେଁ ଉକ୍ତ ପାରିଶ୍ରମିକ ଅଦ୍ୟାବଧି ସୁଦ୍ଧା ମିଳିନାହିଁ। ମହାବିଦ୍ୟାଳୟ ଅଧ୍ୟକ୍ଷ ଙ୍କ ଜରିଆରେ ପରୀକ୍ଷା ନିୟନ୍ତ୍ରକଙ୍କ ଦୃଷ୍ଟିକୁ ଲିଖିତ ଭାବେ ମଧ୍ୟ ଏକାଧିକ ବାର ଜଣାଯାଇଛି। ଇତିମଧ୍ୟରେ ଆଉଥରେ ଅଫ ଲାଇନ ମାଧ୍ୟମ ରେ ଦୁଇ ଥର ମୂଲ୍ୟାୟନ ସରି ଫଳାଫଳ ଘୋଷଣା ସରିଲାଣି। ଅଧ୍ୟାପକ ଅଧ୍ୟାପିକା ମାନେ ନିଜର ଅସନ୍ତୋଷ ପ୍ରକାଶ କରି କହିଛନ୍ତି l ଏହି ମାମଲାର ବିଚାର କୁଳସଚିବ ଓ କୁଳପତି ମାଡାମ୍ ଯଥାଶୀଘ୍ର କଲେ ଭଲ ହୁଅନ୍ତା ବୋଲି ମତ ପ୍ରକାଶ ପାଇଛି ।