Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦାରିଙ୍ଗବାଡି ବ୍ଲକରେ ବିଦ୍ୟାଳୟ ଗୁଡିକର ରୂପାନ୍ତରଣ କାର୍ଯ୍ୟ : ଭିଡିଓ କନ୍‌ଫରେନ୍ସରେ ୫-ଟି ସଚିବଙ୍କ ସହ ଆଲୋଚନା

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ଚତୁର୍ଥ ପର୍ଯ୍ୟାୟରେ ସରକାରୀ ଉଚ୍ଚ ବିଦ୍ୟାଳୟଗୁଡିକର ରୂପାନ୍ତରଣ କାର୍ଯ୍ୟ କରାଯାଉଛି। ଏହି ପରିପ୍ରେକ୍ଷୀରେ କାର୍ଯ୍ୟର ଅଗ୍ରଗତି ଏବଂ ବିଦ୍ୟାଳୟରେ ଲାଗି ରହିଥିବା ସମସ୍ୟାର ସମାଧାନ ନେଇ ଆବଶ୍ୟକ ପଦକ୍ଷେପ ସମ୍ପର୍କରେ ଜାଣିବା ପାଇଁ ଶୁକ୍ରବାର ଭିଡିଓ କନଫରେନ୍ସ ମାଧ୍ୟମରେ ୫-ଟି ସଚିବ ଭି.କେ. ପାଣ୍ଡିଆନ ଆଲୋଚନା କରିଛନ୍ତି। ଏଥିରେ ଦାରିଙ୍ଗବାଡି ବିଡିଓ ଗଦାଧର ପାତ୍ର, ବିଇଓ ରସାନନ୍ଦ କରଙ୍କ ଉପସ୍ଥିତିରେ ବିଦ୍ୟାଳୟର ଛାତ୍ରୀଛାତ୍ର, ଅଭିଭାବକ, ବିଦ୍ୟାଳୟ ପରିଚାଳନା କମିଟି, ପଞ୍ଚାୟତସ୍ତରର ଲୋକ ପ୍ରତିନିଧି, ଶିକ୍ଷୟିତ୍ରୀ ଶିକ୍ଷକଙ୍କ ଉପସ୍ଥିତି ରହି ୫-ଟି ସଚିବଙ୍କ ସହ ଆଲୋଚନା କରିଥିଲେ। ୩ଟି ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଦ୍ୱାରା ପରିଚାଳିତ ବିଦ୍ୟାଳୟ ଓ ଅନ୍ୟ ସ୍କୁଲ ଓ ଗଣ ଶିକ୍ଷା ବିଭାଗ ଦ୍ୱାରା ୧୨ଟି ବିଦ୍ୟାଳୟ ରୂପାନ୍ତରଣ କାର୍ଯ୍ୟ ସମ୍ପର୍କରେ ସଚିବ ବିସ୍ତୃତ ଭାବେ ଆଲୋଚନା କରିଥିଲେ।