Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ମୋହନା ବ୍ଲକ ଲୁଡ୍ରୁ ଆଶ୍ରମ ସ୍କୁଲରେ ଚାଲିଥିବା ବିଭିନ୍ନ କାର୍ଯ୍ୟକୁ ଅଭି ଭାବକଙ୍କୁ ନେଇ ଏକ ନେଇ ଆଲୋଚନା ଚକ୍ର ଅନୁଷ୍ଠିତ

ପାରଳାଖେମୁଣ୍ଡି:୧୭/୯ ( ଗରୁଡ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲା ମୋହନା ସଦରମହକୁମାଅନ୍ତର୍ଗତ ମେରା ପଲ୍ଲୀ ଗ୍ରାମ ପଞ୍ଚାୟତ ନିକଟସ୍ଥ ଲୁଡ୍ରୁ ଆଶ୍ରମ ସ୍କୁଲ୍ ପରିସରରେ ଅନୁ ସୂଚିତ ଜନଜାତି ପିଲାମାନଙ୍କର ଅଭିଭାବକଙ୍କ ଉପସ୍ଥିତିରେ ଆମେ ଜାଣିବା ଆମେ ଜିଣିବା କାର୍ଯ୍ୟକ୍ରମ ଟି ବହୁ ଆଡମ୍ବରରେ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ସରକାରି ଓ ବେ ସରକାରି ଅନୁ ଷ୍ଟାନ ମାନଙ୍କ ପାଇଁ କିଛି ସ୍ବତନ୍ତ୍ର ପରିଚୟ ସୃଷ୍ଟି ନିମନ୍ତେ ଷ୍ଟଲ୍ ମାଧ୍ୟମରେ କିଛି ନୂଆ ନୂଆ ସୂଚନା ସହ କିଛି ନୂଆ ଫଳ ପାନି ପରିବା ଏବଂ କିଛି ମଞ୍ଜି ଜାତୀୟ ପଦାର୍ଥ ମଧ୍ୟ ଦେଖିବାକୁ ମିଳିଥିଲା । ଏହି ବୀର୍ଯ୍ୟ କ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ମଙ୍ଗଳ ଅଧି କାରିଣୀ ସୁଶ୍ରୀ ମମତା ରାଣୀ ପରିଡା, ସୁଶ୍ରୀ ଶୁଭ ଦର୍ଶନୀ ବେହୁରା ଏବଂ ମୁଖ୍ୟ ବକ୍ତା ଭାବେ ସି ଆର ସି ସି ଶ୍ରୀ ଅଜୟ ପ୍ରଧାନ, ଅଗ୍ରିକଲଚର୍ କାର୍ଯ୍ୟକାରିଣୀ ସୁଶ୍ରୀ ଭୂମୀକା ରାଣୀ ପଣ୍ଡା,ମେରାପଲ୍ଲୀ GP ସରପଞ୍ଚ ଶ୍ରୀ ଭଜ ସୁନ୍ଦର ଜାନି,ସମିତି ସଭ୍ୟା ସୁଶ୍ରୀ ଟୁନି ମଳିକ, ସ୍କୁଲ୍ ସଭାପତି ଶ୍ରୀ ରବିନ୍ଦ୍ର ମଳିକ ଯୋଗ ଦେଇଥିଲେ ଏବଂ ଆଶ୍ରମର ପ୍ରଧାନ ଶିକ୍ଷୟୀତ୍ରୀ ସୁଶ୍ରୀ ବବିତା ମାଳି ଓ ଛାତ୍ରଛାତ୍ରୀଙ୍କ କିଛି ଅଭିଭାବକଙ୍କ ସହିତ ଅନ୍ୟାନ୍ୟ ସ୍ଥାନିୟ ଅଞ୍ଚଳ ବାସିଙ୍କ ସହ ଯୋଗରେ ଦ୍ଵିପ ପ୍ରଜଳନ କରା ଯାଇଥିଲା ଏହି କାର୍ଯ୍ୟରେ କ୍ରମରେ ଶହରୁ ଉର୍ଦ୍ଧ୍ବ ଜନ ଗହଳି ଦେଖି ବାକୁ ମିଳିଥିଲା । ଏହି କାର୍ଯ୍ୟରେ ଗିତ ନାଚ ସହ ପିଲାମାନଙ୍କ ଭବିଷ୍ୟତ ବାଣୀ ସୁଣିବାକୁ ମିଳିଥିଲା । ପିଲା ମାନେ କିଛି ମନ୍ତ୍ଯବ୍ଯ ରଖିଥିଲେ ଆପଣ ମାନଙ୍କର ଅତୀତର ଫଳାଫଳ କିନ୍ତୁ ଆସନ୍ତାକାଲି ଆମ୍ଭେ କେଉଁଠାରେ ରହିବୁ ତାହା ଆଜି ଆପଣଙ୍କର କାର୍ଯ୍ୟର ଫଳାଫଳ ହେବ” ଏହି ବାକ୍ୟ ଟି ଆମର ପୂଜ୍ୟ ପିତାମାତା ଓ ଗୁରୁଜୀ ଗୁରୁମାଙ୍କୁ ମନ ପକାଇ କହି ଅଛୁ । କାରଣ ମଣିଷର ଦୁଇଟି ଆଖି ନଥିଲେ ଦୁନୀଆକୁ ଦେଖିପାରୀବା ନାହିଁ। ସେହିପରି ଗୁରୁ ହେଉଛନ୍ତି ଆମର ଦୁଇଟି ଆଖି ଏମାନଙ୍କ ବିନା ଆମର ଜୀବନ ଅନ୍ଧ କାରମୟ। ବର୍ତମାନ ଏହି ବୈଠକରେ ଆମ ସହିତ ବିଦ୍ୟାଳୟ ଓ ହଷ୍ଟେଲ ସହିତ ଆମ୍ଭ ସୁ ସମ୍ପର୍କ ଓ ଅଭିଜ୍ଞତା ବିଷୟରେ କିଛି କହିବାକୁ ସୁଯୋଗ ଦେଇଥିବାରୁ ଆମେ ଛାତ୍ର ଛାତ୍ରୀ ଧନ୍ୟ ମନେ କରୁଅଛୁ।ଏହି ବିଦ୍ୟାଳୟ ଓ ହଷ୍ଟେଲରେ ୪୦ ଛାତ୍ର ଓ ୧୧୦ ଛାତ୍ରୀ ଭାଇଭଉଣୀ . ଶିକ୍ଷାରତ କରିଆସୁଅଛୁ। ଆମ୍ଭେ ଏହି ୧ରୁ ୮ ବର୍ଷ ଭିତରେ କେତେକ ପ୍ରଧାନଶିକ୍ଷକ/ପ୍ରଧାନଶିକ୍ଷୟିତ୍ରୀ ଓ ଶିକ୍ଷକମାନେ ଆମ୍ଭମାନଙ୍କୁ ସୁପରିଚାଳନା କରିଆସୁଥିଲେ। ବର୍ତମାନ ଆମର ପ୍ରଧାନ ଶିକ୍ଷୟିତ୍ରୀ, ଶିକ୍ଷକ,ମେଟ୍ରନ/ଏ ଏନ ଏମ ଦିଦି ଆମର ସବୁ ଦାୟିତ୍ୱ ତୁଲାଇବା ସହ ଆମକୁ ନିଜ ପଇଅଝଇଅ ବୋଲି ସେବା କରି ଆସୁଅଛନ୍ତି। ଏହା ସହିତ ଆମକୁ ସରକାରଙ୍କ ତରଫରୁ ଅନେକ ସବୁ ସୁଯୋଗ ମଧ୍ୟ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଯୋଗାଇ ଦିଆଯାଉଛି ସରକାରଙ୍କ ଦ୍ବାରା ଆମ୍ଭମାନଙ୍କ ପାଇଁ ପ୍ରତିବର୍ଷ ଦୁଇଟି ଯୁଗଳ ସ୍କୁଲ ୟୁନିଫର୍ମ, ଗୋଟିଏ ଯୋଡ଼ା ଜୋତା ସହ ମୌଜା, ଆଇଡି କାର୍ଡ, କେପ, ଟ୍ରାକ ପ୍ୟାଣ୍ଟ୍ ଓ ଟି ସାର୍ଟ ଯୋଗାଉଛନ୍ତି।ଆମ୍ଭମାନଙ୍କ ପାଇଁ ପାଠ୍ୟପୁସ୍ତକ ଓ ବିଦ୍ୟାଳୟ ଓ ହଷ୍ଟେଲ ଗୁଡ଼ିକରେ ବହିର୍ଭୂତ କାର୍ଯ୍ୟକଳାପକୁ ପ୍ରୋତ୍ସାହିତ କରିବାପାଇଁ କ୍ରୀଡା ଉପକରଣ ମଧ୍ୟ ଯୋଗାଇ ଦିଆଯାଉଛି।ହଷ୍ଟେଲ ର ଅନ୍ତେବାସୀଙ୍କ ପାଇଁ ମାଗଣାରେ ଖଟ ବେଡ ସିଟକମ୍ବଳ, ମଶାରୀ,ଖାଇବା ଟ୍ରେ ଇତ୍ୟାଦି ପ୍ରଦାନ କରାଯାଇଛି।ମାଗଣା ଖାଦ୍ୟ ପାଇଁ ପିଏମସ୍ ମାଧ୍ୟମରେ ବାଳକ ମାନଙ୍କ ପାଇଁ ବାର୍ଷିକ ୧୦,୫୦୦ ଟଙ୍କା ଓ ବାଳିକାମାନଙ୍କୁ ବାର୍ଷିକ ୧୧,୦୦୦ ଟଙ୍କା ଏବଂ ଷଷ୍ଠ ରୁ ସପ୍ତମ ଶ୍ରେଣୀର ଦିବାଧ୍ୟାୟୀ ଛାତ୍ରଛାତ୍ରୀମାନଙ୍କ ପାଇଁ “ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ରଛାତ୍ରୀ ପ୍ରୋତ୍ସାହନ ଯୋଜନା” ଅଧୀନରେ ବ୍ୟବହୃତ ହେଉଥିବା ଖର୍ଚ୍ଚ ସରକାର ବହନ କରୁଛନ୍ତି। ପ୍ରତ୍ୟେକ ବାଳିକା ଅନ୍ତେବାସୀଙ୍କ ପାଇଁ ପ୍ରତିମାସରେ କସ୍ମଟିକ ମଧ୍ୟ ଦିଆଯାଉଛି।ଆମ ବିଦ୍ୟାଳୟରେ ଆକୁଆ ଗାର୍ଡ ଓ ଆର.ଓ ମାଧ୍ୟମରେ ସୁରକ୍ଷିତ ପାନୀୟ ଜଳ ଯୋଗାଣ ଯୋଗାଇ ଦିଆ ଯାଉଅଛି।
ଆମ୍ଭମାନଙ୍କର ତୁରନ୍ତ ଏବଂ ଠିକ୍ ସମୟରେ ଚିକିତ୍ସା ପାଇଁ ଆମର ପ୍ରଧାନ ଶିକ୍ଷୟିତ୍ରୀ, ମେଟ୍ରୋନ ଦିଦି,ଏ ଏନଏମ ଦିଦି ଅଛନ୍ତି। ଠିକ୍ ସମୟରେ ହଷ୍ଟେଲ ପରିଦର୍ଶନ କରି ଆମକୁ ସେବା କରୁଥିବାରୁ ଆମେ ସେମାନଙ୍କୁ ଆମ ତରଫରୁ ହୃଦୟର ସହ ନମସ୍କାର ଜଣାଉଛୁ।
ଏହା ସହ ପ୍ରତି ହଷ୍ଟେଲରେ ଏଲ୍ଇଡି ଟି ଭି, ଆମ୍ଭମାନଙ୍କର ଶିକ୍ଷାର ଦକ୍ଷତା ବଢାଇବା ପାଇଁ ସ୍ମାର୍ଟ ଲାଇବ୍ରେରୀ ରୁମ ମଧ୍ୟ ସରକାରଙ୍କ ଦ୍ଵାରା ଆୟୋଜନ କରାଯାଇଅଛି।ଏହିପରି ଅନେକ ସୁବିଧା ସୁଯୋଗ ମାଗଣାରେ ପାଇଥିବା ଯୋଗୁଁ ଓ ଆମ୍ଭମାନଙ୍କୁ ଭଲଭାବରେ ସେବା କରି ଆସୁଥିବାରୁ ଅନୁଷ୍ଠାନର ସମସ୍ତ କର୍ମ କର୍ତ୍ତା ମାନଙ୍କୁ ଆମ୍ଭେ ବହୁତ ବହୁତ ଧନ୍ୟବାଦ୍ ଜଣାଉଛୁ ବୋଲି ଆଶ୍ରମ ଛାତ୍ରଛାତ୍ରୀମାନଙ୍କ ମଧ୍ୟରୁ କିଛି ବାଣି ଶୁଣିବାକୁ ମିଳିଥିଲା। କିନ୍ତୁ ଶେଷରେ ପିଲା ମାନେ କହି ରଖିଥିଲେ ଯେ ସରକାର ସବୁ ବ୍ୟବସ୍ଥା କଲେ କିନ୍ତୁ ଆମ ସୁରକ୍ଷା ପାଇଁ କିଛି ବ୍ୟବସ୍ଥା ରୁ ଅବ୍ୟବସ୍ଥା କରିଛନ୍ତି ବୋଲି ସରକାରଙ୍କୁ ଗୋଟି ଅନୁରୋଧ ଯେ ଆମ ମାନଙ୍କର ସୁର ଖିତ ପାଇ ଗେଟ ଏବଂ ପାଚେରି ର ଅସୁବିଧା ହେଉଛି ବୋଲି ବୈଠକରେ କିଛି ଉପସ୍ଥାନ କରିଥିଲେ । ଏହି କାର୍ଯ୍ୟକ୍ରମ
ରେ ହଷ୍ଟେଲ ର ଷ୍ଟାପ୍ ଶିକ୍ଷକ/ଶିକ୍ଷୟିତ୍ରୀ ଶ୍ରୀ ଉଜେନ ନାୟକ, ସଞ୍ଜିବ ରାଓ, ସୁନିତା ଶବର, ସସ୍ମିତା ବେହେରା,ଏଏନଏମ ସନ୍ତୋସିନି ବେହେରା, ମେଟ୍ରୋନ ମୋମତା ବିର, ସି ସି ଏ ବିଷୟରେ ଶୁଶୀଳା ମଣ୍ଡଳ,ସୁନୀତା ମଳିକ, ସଞ୍ଜୟ ମଳିକ ପ୍ରମୁଖ କର୍ଯ୍ୟକର୍ମ ପରିଚାଳନା କରିଥିଲେ ।

More Stories