Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଜ୍ଞାନ ଯୁଗରେ ବି ଅନ୍ଧବିଶ୍ୱାସର ଝଲକ: “ଖଟଦେବତା”

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ବାରଖମା ପଞ୍ଚାୟତ ର ଘାଷୀ ସାହିରେ ଆଜିର ବିଜ୍ଞାନ ଯୁଗରେ ମଧ୍ୟ ଅନ୍ଧବିଶ୍ୱାସର ଝଲକ ଦେଖିବାକୁ ମିଳିଛି l ଦିଶାରା ନାୟକ ନାମକ ଗରିବ ପରିବାର ଝିଅ ରଶ୍ମୀପ୍ରିୟାର ଦେହ ତିନିମାସରୁ ଅଧିକ ହେବ ଦେହ ଖରାପ ହୋଇ ଶଯ୍ୟାଶାୟୀ ରହିଛି, ବାଲିଗୁଡା ଉପଖଣ୍ଡ ଡାକ୍ତରଖାନା ଓ ଫୁଲବାଣୀ ଜିଲ୍ଲା ଡାକ୍ତରଖାନାକୁ ନେଇ ବିଫଳ ହେବାପରେ ପରିବାର ଲୋକେ ଭୌତିକ ଓ ତନ୍ତ୍ରବିଦ୍ୟାକୁ ଭରସାକରି ସୋମବାର ସକାଳୁ ସକାଳୁ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ନୂଆପଦର ପଞ୍ଚାୟତରୁ ଗୁଣିଆ ଡାକି ଖଟ ଦେବତା ଭଳି ଭୌତିକ ବ୍ୟବସ୍ଥା କରୁଥିବା ବେଳେ ସାହିର ଚାରିଦିଗରେ ପିଲାରୁ ବୟସ୍କ ମହିଳା/ପୁରୁଷ ତାହା ଦେଖିବାକୁ ରୁଣ୍ଢ ହୋଇଥିବା ଦେଖିବାକୁ ମିଳିଥିଲା l ଏହି ଦେବତା କରିବା ଦ୍ଵାରା ଝିଅର ଦେହ କେମିତି ଅସୁସ୍ଥ ହୋଇଛି ନା କିଏ ତନ୍ତ୍ର ବିଦ୍ୟା କରି ଅସୁସ୍ଥ କରିଛି ତାହା ଜାଣିବା ସହିତ ତାର କି ପ୍ରତିକାର କରିଲେ ସୁସ୍ଥ ହେବ ସେଥିପାଇଁ ଦେବତା କରୁଥିବା ଅସୁସ୍ଥ ଝିଅ ରଶ୍ମୀପ୍ରିୟାର ବାପା ଦିଶାରା ନାୟକ କହିଥିବାବେଳେ ଖଟଦେବତା ପୂଜକ ସତ୍ୟାନନ୍ଦ ବେହରା ଏହି ଦେବତା ଅଷ୍ଟଦେଵୀ ପୂଜାବିଧି କରି ଖଟରେ ଆଠ ଠାକୁରାଣୀକୁ ଡାକି ମନ୍ଦାର ଫୁଲ, ଅରୁଆ ଚାଉଳ, ଅଣ୍ଡା, ହଳଦୀ ଲାଗିକରି ମାକୁ ଡାକି ଏହିବିଦ୍ୟା କରୁଛୁ ବୋଲି କହିଛନ୍ତି l