Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କନ୍ଧମାଳ ଅବକାରୀ ବିଭାଗ ପକ୍ଷରୁ ଟ୍ରକ ସହ ଗଞ୍ଜେଇ ଜବତ: ଆସାମୀ ଫେରାର

କନ୍ଧମାଳ :(ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ବ୍ୟବଧାନ ପରେ ପୁଣି ଜବତ ହୋଇଛି ଗଞ୍ଜେଇ । ଫୁଲବାଣୀ ସଦର ଅବକାରୀ ବିଭାଗ ସୋମବାର ସକାଳେ ପାଟ୍ରୋଲିଂ କରୁଥିବା ବେଳେ ଫିରିଙ୍ଗିଆ ଥାନା ଅନ୍ତର୍ଗତ ମାଝିପଡା ମୁଖ୍ୟ ରାସ୍ତାରେ ଗୋଟିଏ ଟ୍ରକକୁ ଅଟକାଇ ଯାଞ୍ଚ କରିଥିଲେ । ସେହି ସମୟରେ ଟ୍ରକ ଡ୍ରାଇଭର ଫେରାର ହୋଇ ଯାଇଥିବା ବେଳେ ସେହି ଟ୍ରକରୁ ୨ କୁଇଣ୍ଟାଲ ୨୦ କିଲୋଗ୍ରାମ ଗଞ୍ଜେଇ ବାହାରି ଥିଲା। ଟ୍ରକ ସହ ଗଞ୍ଜେଇ ଜବତ କରିଛି ଅବକାରୀ ବିଭାଗ । ଏ ନେଇ ଫୁଲବାଣୀ ସଦର ଅବକାରୀ ଥାନାରେ ଏକ ମାମଲା ରୁଜ୍ଜୁ କରାଯାଇଥିବା ସଦର ଅବକାରୀ ଇନ୍ସପେକ୍ଟର ଶ୍ରୀଧର ହେମ୍ବ୍ରମ ସୂଚନା ଦେଇଛନ୍ତି । ଏହି ଚଢଉରେ ଏଏସଆଇ ଭୃଗୁପତି ଦିଗାଲ, ସୁଜିତ କୁମାର ମୁଦୁଲି, ପ୍ରଦୀପ କୁମାର ମଲ୍ଲିକ, କନେଷ୍ଟବଳ ସଦାଶିବ ରଣା,ସଚିନ ଗୁରୁ ,ଏମ ସଞ୍ଜୀବ କୁମାର ଏବଂ ଜଗନ୍ନାଥ ସାମିଲ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ