Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

“ମହାନଦୀ” ପ୍ରଥମ ଓଡ଼ିଆ ଡକ୍ୟୁମେଣ୍ଟାରୀ ଭାବରେ ଦିଲ୍ଲୀରେ ଆୟୋଜିତ ଚତୁର୍ଥ ନଦୀ ଉତ୍ସବ ରେ ଉଦଘାଟନୀ ଚଳଚ୍ଚିତ୍ର ଭାବରେ ପ୍ରଦର୍ଶିତ ହେଲା

“ମହାନଦୀ” ପ୍ରଥମ ଓଡ଼ିଆ ଡକ୍ୟୁମେଣ୍ଟାରୀ ଭାବରେ ଦିଲ୍ଲୀରେ ଆୟୋଜିତ ଚତୁର୍ଥ ନଦୀ ଉତ୍ସବ ରେ ଉଦଘାଟନୀ ଚଳଚ୍ଚିତ୍ର ଭାବରେ ପ୍ରଦର୍ଶିତ ହେଲା

ସଂସ୍କୃତି ମନ୍ତ୍ରଣାଳୟ ଅଧୀନରେ ଥିବା ଇନ୍ଦିରା ଗାନ୍ଧୀ ନ୍ୟାସନାଲ ସେଣ୍ଟର ଫର ଆର୍ଟ (ଆଇଜିଏନସିଏ), କଳା ଓ ସଂସ୍କୃତି ପାଇଁ ଉତ୍ସର୍ଗୀକୃତ ଏକ ଅନୁଷ୍ଠାନ ଗତ କିଛି ବର୍ଷ ଧରି ‘ନଦୀ ଉତ୍ସବ’ ଆୟୋଜନ କରିଆସୁଛି।

ଭାରତର ପ୍ରାୟ ସମସ୍ତ ରାଜ୍ୟରୁ ଚଳଚ୍ଚିତ୍ର ନିର୍ମାତା ଡକ୍ୟୁମେଣ୍ଟାରୀ ଫିଲ୍ମ ଫେଷ୍ଟିଭାଲ ପାଇଁ ଚଳଚ୍ଚିତ୍ର ପଠାଇଥିଲେ, ସେଥିମଧ୍ୟରୁ 12 ଟି ସ୍କ୍ରିନିଂ ପାଇଁ ମନୋନୀତ ହୋଇଥିଲା | ଏହି ତିନି ଦିନିଆ ନଦୀ ମହୋତ୍ସବରେ ଉଦଘାଟନୀ ଚଳଚ୍ଚିତ୍ର ଭାବରେ “ମହାନଦୀ – କବିଙ୍କ କଳ୍ପନାରେ ନଦୀ” ମନୋନୀତ ହୋଇଥିଲା |

ମହାନଦୀ ଫିଲ୍ମ ସ୍କ୍ରିନିଂ ପରେ ଏକ ଆଲୋଚନା ଅଧିବେଶନ ଆୟୋଜିତ ହୋଇଥିଲା ଯେଉଁଠାରେ ଫିଲ୍ମର ନିର୍ଦ୍ଦେଶକ ଯୁବନାଶ୍ୱ ମିଶ୍ର, ନିର୍ମାତା ଅଶୋକ କୁମାର ପଣ୍ଡା ଏବଂ ଏହି ଚଳଚ୍ଚିତ୍ରର ସାହିତ୍ୟିକ ଗବେଷକ ଅଶ୍ୱିନୀ କୁମାର ମିଶ୍ର ଉପସ୍ଥିତ ଥିଲେ।