Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ହାଇସ୍କୁଲ କୁ ଜମି ଦାନ କଲେ ଭୋଇ ପରିବାର

କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଳକ ସଦର ସ୍ଥିତ ସ୍ବର୍ଗତ ରତନ ଭୋଇ ପଞ୍ଚାୟତ ସମିତି ହାଇସ୍କୁଲ କର୍ଲାମୁଣ୍ଡା ର ଜମି ବିବାଦ କୁ ନେଇ ଉପୁଜିଥିବା ସମସ୍ୟା ଶୁକ୍ରବାର ସମାଧାନ ହୋଇଥିବା ଜଣାପଡିଛି ।ଏଠାରେ ସୂଚନାଯୋଗ୍ୟ ଯେ ୧୯୮୪ ମସିହାରେ ବ୍ଳକ ସଦର ଠାରେ ଅଞ୍ଚଳ ବାସୀ ଙ୍କ ଉଦ୍ୟମ ରେ ପଞ୍ଚାୟତ ସମିତି ହାଇସ୍କୁଲ କର୍ଲାମୁଣ୍ଡା ସ୍ଥାପନ କରାଯାଇଥିଲା।ଏଥିପାଇଁ ସ୍ବର୍ଗତ ରତନ ଭୋଇ ଙ୍କ ପରିବାର ଆବଶ୍ୟକ ଜମି ଦାନ କରିଥିଲେ। ତେବେ କୌଣସି କାରଣରୁ ସ୍କୁଲ କୁ ଦେଇଥିବା ଜମି ସ୍କୁଲ ନାମରେ ହୋଇପାରିନଥିଲା ଏଥିପାଇଁ ବିଦ୍ୟାଳୟ ରେ ଦୀର୍ଘ ବର୍ଷ ଧରି ବିଭିନ୍ନ ସମସ୍ୟା ସୃଷ୍ଟି ହୋଇ ଆସୁଥିଲା।ତେବେ ଶୁକ୍ରବାର ଭୋଇ ପରିବାର ପକ୍ଷରୁ ଜଳନ୍ଧର ଭୋଇ, ନନ୍ଦି କିଶୋର ଭୋଇ, ନବୀନ କୁମାର ଭୋଇ, ଜୟନ୍ତି ମାଝୀ ଓ ଆନନ୍ଦିନୀ ଭୋଇ ପ୍ରମୁଖ ତହସିଲଦାରଙ୍କ କାର୍ଯ୍ୟାଳୟରେ ଉପସ୍ଥିତ ରହି ରତନ ଭୋଇ ପଞ୍ଚାୟତ ସମିତି ଉଚ୍ଚ ବିଦ୍ୟାଳୟ କର୍ଲାମୁଣ୍ଡା ନାମରେ ୬0 ଢ଼ିସମିଲ ଜମି କୁ ରେଜିଷ୍ଟ୍ରେସନ୍ କରିଦେବା ପରେ ହାଇସ୍କୁଲ ରେ ଖୁସୀର ଲହରୀ ଖେଳିଯାଇଛି।ସ୍ବର୍ଗତ ରତନ ଭୋଇ ଙ୍କ ପ୍ରଚେଷ୍ଟା ଓ ତାଙ୍କ ପରିବାର ଏହି ଅଵଦାନ ଚିରସ୍ମରଣୀୟ ହୋଇ ରହିଵ ବୋଲି ବୁଦ୍ଧି ଜୀବୀ ମହଲରେ ଚର୍ଚ୍ଚା ଜୋର ଧରିଛି।।ଏହି ଅବସରରେ ସ୍ବର୍ଗତ ରତନ ଭୋଇ ଙ୍କ ପ୍ରତିମୂର୍ତ୍ତି ସ୍ଥାପନ ସହିତ ଉନ୍ମଚନ କରାଯାଇଥିଲା ଏଥିରେ ସ୍ଥାନୀୟ ତହସିଲଦାର ମିଳନ କୁମାର ଝାଙ୍କର,ଜିଲ୍ଲା ପରିଷଦ ସଭ୍ୟ ମହେନ୍ଦ୍ର ରଣା,ବିଦ୍ୟାଳୟ ପ୍ରଧାନ ଶିକ୍ଷକ ପ୍ରସନ୍ନ କୁମାର ପଧାନ, ଶିକ୍ଷକ ପୂର୍ଣ୍ଣ ଚନ୍ଦ୍ର ରାଉତ, ଅବସର ପ୍ରାପ୍ତ ଶିକ୍ଷକ ମାର୍କଣ୍ଡ ପାଢ଼ୀ,ପବିତ୍ର ମୋହନ ପାଶା, ପ୍ରଦୀପ୍ତ ଷଡ଼ଙ୍ଗୀ, ବସନ୍ତ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିବା ବେଳେ ଜୟ ଶଙ୍କର ସାହୁ,ଦିନ ବନ୍ଧୁ ସାହୁ,ମିତ୍ର ଭାନୁ ସାହୁ,କଇତି ସାହୁ,ମିତ୍ର ଭାନୁ ମାଝୀ, ବଡ ସାହୁ ଓ ସୁବାଷ ସାହୁ,ବିପ୍ର ଚରଣ ସାହୁ,ଅଭିରାମ ସାହୁ ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ