Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗୁମ୍ମା ବ୍ଲକର ବାଇଝାଲ ଗ୍ରାମରେ ବିଜେଡି ନେତା ଇ: ରୁପେଶ ପାଣିଗ୍ରାହୀ ଙ୍କ ଗରିବ, ଅନାଥ, ବିକଳାଙ୍ଗ ଓ ବିଧବା ଲୋକ ମାନଙ୍କୁ ଆର୍ଥିକ ସାହାଯ୍ୟ ପ୍ରଦାନ

ପାରଳାଖେମୁଣ୍ଡି:୨୫/୯(ଗରୁଡ଼ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ର ବାଇଝାଲ ଗ୍ରାମରେ ସାଧୁ ଭିନସେଣ୍ଟ କାର୍ଯ୍ୟକ୍ରମ ପ୍ରତି ବର୍ଷ କିଛି ଗରିବ ଅନାଥ, ବିଧବା, ଲୋକମାନଙ୍କୁ ସାହାଯ୍ୟ କରିବା ପାଇଁ କାର୍ଯ୍ୟ କ୍ରମ କରାଯାଏ | ଏହି କାର୍ଯ୍ୟକ୍ରମ ରେ ଆହ୍ୱାନ କ୍ରମେ ବିଜେଡି ଯୁବ ନେତା ଇଂ. ରୁପେଶ ପାଣିଗ୍ରାହୀ ଉପସ୍ଥିତ ରହି ଗରିବ ବୃଦ୍ଧ ମାନଙ୍କୁ ଏବଂ ବିକଳାଙ୍ଗ, ଅନାଥ ପିଲାମାନଙ୍କୁ କିଛି ଅର୍ଥ ପ୍ରଦାନ କଲେ ଏବଂ ବୟସ୍କ ଲୋକମାନଙ୍କ ପାଇଁ ହାଇଟେକ ମେଡିକାଲ ତରଫରୁ ବାଇଝାଲ ପଞ୍ଚାୟତ ରେ ଆସନ୍ତା ମାସରେ ଚକ୍ଷୁ ନିରୀକ୍ଷଣ କାର୍ଯ୍ୟକ୍ରମ କରାଯିବ ବୋଲି କହିଲେ | ପଞ୍ଚାୟତ ର ପ୍ରତ୍ୟେକ ଗ୍ରାମର ବୟସ୍କ ଲୋକମାନଙ୍କୁ ମାଗଣା ରେ ଚକ୍ଷୁ ଚିକିତ୍ସା କରାଯାଇ ତୁରନ୍ତ ଚଷମା ସେମାନଙ୍କୁ ମାଗଣା ରେ ଦିଆଯିବ ବୋଲି କହିଲେ | ଏହି ଅବସରରେ ଗୁମ୍ମାବ୍ଲକ ଅଦକ୍ଷା ସୁନେମି ମଣ୍ଡଳ, ବିଜେଡି ର ରାଜ୍ୟ ସମ୍ପାଦକ ମାରୁତ ପାଳ ଏବଂ ସ୍ଥାନୀୟ ସରପଞ୍ଚ ନାହୁମ ଗମାଙ୍ଗ ପୂର୍ବତନ ଜିଲ୍ଲାପରିଷଦ ପ୍ରେମିକା ରଇତ ,ବୃଷବ ସମିତି ବୁଲୁ ରଇତ, ଅପିନ ଭୂୟାଁ ଏବଂ ଅନେକ କର୍ମୀମାନେ ଉପସ୍ଥିତ ଥିଲେ |