Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୨୦ ବର୍ଷ ପରେ ବନ୍ଦ କୋଠରୀରୁ ଉଦ୍ଧାର ହେଲେ ଭାଇ ଭଉଣୀ

ନୂଆଦିଲ୍ଲୀ: ପଞ୍ଜାବର ଲୁଧିଆନାରୁ ଏକ ଆଶ୍ଚର୍ଯ୍ୟ କଲା ଭଳି ଖବର ସାମ୍‌ନାକୁ ଆସିଛି। ଲୁଧିଆନାର ଏକ ସଂସ୍ଥା ଏପରି ୩ ଜଣ ଲୋକଙ୍କୁ ଉଦ୍ଧାର କରିଛନ୍ତି ଯେଉଁମାନେ ବିଗତ ୨୦ ବର୍ଷ ଧରି ବନ୍ଦ କୋଠରୀରେ ବନ୍ଦୀ ଜୀବନଯାପନ କରୁଥିଲେ। ଏହି ତିନିଜଣ ମାନସିକ ସ୍ତରରେ ଦୁର୍ବଳ ଥିବା ଜଣାପଡ଼ିଛି।
ସୂଚନା ଅନୁଯାୟୀ, ଗୋଟିଏ ଗାଁର ଦୁଇ ଭାଇ ଓ ଭଉଣୀ ଗତ ୨୦ ବର୍ଷ ଧରି ଗୋଟିଏ କୋଠରୀରେ ବନ୍ଦ ରହିଥିଲେ। ତାଙ୍କ ସହ ଜଣେ ଉଚ୍ଚ ଶିକ୍ଷିତ ମହିଳା ମଧ୍ୟ ବନ୍ଦୀ ଜୀବନ ବିତଉଥିବା ଜଣାପଡ଼ିଛି। ଉଭୟ ଭାଇ ଭଉଣୀଙ୍କ ପିତା ପେଶାରେ ଜଣେ ଡାକ୍ତର ଥିବା ଜଣାପଡ଼ିଛି। ଉଭୟଙ୍କୁ ଅମ୍ବାଲା ସହରର ଜୋଗିୱାଡାରୁ ଉଦ୍ଧାର କରାଯାଇଛି। ସଂଗଠନ କର୍ମୀ ସେମାନଙ୍କୁ ଉଦ୍ଧାର କରି ଲୁଧିଆନା ଆଣିଥିବା ସୂଚନା ମିଳିଛି।

ସଂଗଠନ ସହ ଜଡିତ ଜଣେ ବ୍ୟକ୍ତି କହିଛନ୍ତି ଯେ ଏହି ସଂଗଠନ ଏଭଳି ଅବହେଳିତ ଏବଂ ମୌଳିକ ସୁବିଧାରୁ ବଞ୍ଚିତ ହେଉଥିବା ଲୋକଙ୍କୁ ସହଯୋଗର ହାତ ବଢାଇଥାଏ। ଏହା ସହିତ ସେମାନଙ୍କୁ ଏକ ଉନ୍ନତ ଜୀବନ ଦେବାକୁ ମଧ୍ୟ ସଂଗଠନ ଚେଷ୍ଟା କରେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ