Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗୁମ୍ମା ବ୍ଲକରେ ଘରେ ଘରେ କଂଗ୍ରେସ ଘରେ ଘରେ ହାତ”କାର୍ଯ୍ୟକ୍ରମ ହଜାର ହଜାର କର୍ମୀଙ୍କୁ ଉପସ୍ଥିତ ରେ ବିଜୟ ପଟ୍ଟନାୟକ

ପାରଳାଖେମୁଣ୍ଡି ୨୭/୯(ଗରୁଡ଼ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ସ୍ଥିତ ହାଟପଦା ଛକ ନିକଟରେ ଗୁମ୍ମା ବ୍ଲକ କଂଗ୍ରେସ କମିଟି ପକ୍ଷରୁ ଆଜି ଘରେ ଘରେ କଂଗ୍ରେସ ଘରେ ଘରେ ହାତ କାର୍ଯ୍ୟକ୍ରମ କରାଯାଇଛି। ଆଜିର ଏହି କାର୍ଯ୍ୟକ୍ରମ ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ଙ୍କ ନିର୍ଦ୍ଦେଶନାରେ ଏହି କାର୍ଯ୍ୟକ୍ରମ ପରିଚାଳିତ ହେଉଥିବା ବେଳେ ଏହି କାର୍ଯ୍ୟକ୍ରମ ସାରା ରାଜ୍ୟ ସେପ୍ଟେମ୍ବର ମାସ୨୫,ତାରିଖରୁ ଆରମ୍ଭ ହୋଇ ଅକ୍ଟୋବର ମାସ ୧୫ତାରିଖ ମଧ୍ୟରେ ପ୍ରତ୍ୟେକ ଜିଲ୍ଲା ରେ କଂଗ୍ରେସ କର୍ମୀ ମାନଙ୍କୁ ନେଇ ଏକ ଉତ୍ସାହ ସହିତ ସମସ୍ତ ନେତା କର୍ମୀମାନେ ଏକତ୍ରିତ ହୋଇ ସମସ୍ତ ଜନସାଧାରଣଙ୍କୁ ଙ୍କୁ ଭେଟିବେ ଘର କୁ ଘର ବୁଲି ଘରେ ଘରେ କଂଗ୍ରେସ ଘରେ ଘରେ ହାତ ନାରା ଦେଇ କଂଗ୍ରେସ ସରକାର ସମୟରେ କରିଥିବା ଲୋକଙ୍କ ପାଇଁ କାର୍ଯ୍ୟକୁ ବର୍ତମାନ ର ବିଜେପି ବିଜେଡ଼ି ସରକାର ଙ୍କ ବିଫଳତା ଲୋକଙ୍କ ପାଖରେ ପହଞ୍ଚେଇବାର ପ୍ରୟାସ ଜାରି ରହିଛି। କଂଗ୍ରେସ ସରକାର ଦେଶ ସ୍ବାଧୀନ ହେବା ବା ଠାରୁ ଆରମ୍ଭ ହୋଇଥିବା ଦେଶରେ ଯାହା କିଛି ହୋଇଛି ତାହା କଂଗ୍ରେସ ସରକାର ସମୟରେ ହୋଇଥିବା ଦେଖିବାକୁ ମିଳିଛି। ସରକାର ଟଙ୍କା ଖିଆ ଚାଉଳରୁ ଆରମ୍ଭ କରିଥିଲେ, ଯାହା କି ତାକୁ କଂଗ୍ରେସ ସରକାର ତତ୍କାଳୀନ ଧାନମନ୍ତ୍ରୀ ଶ୍ରୀ ମନମୋହନ ସିଂହ,ସୋନିଆ ଗାନ୍ଧିଙ୍କ ସମୟରେ ଏହା ଆରମ୍ଭ ହୋଇଥିଲା ଏହା କୌଣସି ଜୋଯନା ନାହିଁ ଏହା ହେଉଛି ଏକ ଏକ୍ଟ, ଖାଦ୍ୟ ସୂରକ୍ଷା ଏକ୍ଟ ପାସ ହେଇଥିବା ବେଳେ ସେହିପରି ଜଳସେଚନ ବ୍ୟବସ୍ଥାରେ ପ୍ରଗତି କଂଗ୍ରେସ ସମୟରେ ହୀରାକୁଦ, ଇନ୍ଦ୍ରାବତୀ, ଅପରକୋଲାବ, ସୁବର୍ଣ୍ଣ ରେଖା ନଦୀବନ୍ଧ ଯୋଜନା କଂଗ୍ରେସ ସମୟରେ ହିଁ ଲୋକଙ୍କ ପାଇଁ କରାଯାଇଛି, ଶିଳ୍ପ (APICAL,OMFED) ଭଳିଆ ଗଠିତ ହେଇଥିଲା, ବହୁତ କାରଖାନା ବିଜେଡ଼ି ସରକାର ବନ୍ଦ କରିଦେଲା। ବିଜେଡ଼ି/ବିଜେପି ର ପ୍ରତିଶୃତି ଓ ପ୍ରତାରଣା କୃଷି ଏବଂ କୃଷକ ଙ୍କ ସମସ୍ୟା କୁ ନେଇ ବର୍ଷିଲେ ପୂର୍ବତନ ମୂଖ୍ୟ ଶାସନ ସଚିବ ତଥା ଓଡ଼ିଶୀ ପ୍ରଦେଶ କଂଗ୍ରେସ ପ୍ରଚାର କମିଟି ର ଚେୟାରମେନ ଶ୍ରୀ ବିଜୟ କୁମାର ପଟ୍ଟନାୟକ। ବେକାର ଯୁବକ ଯୁବତୀଙ୍କୁ ଙ୍କ ସମସ୍ୟା କୁ ନେଇ, ବିପର୍ଯ୍ୟୟ ସ୍ବାସ୍ଥ୍ୟ ବ୍ୟବସ୍ଥା,ବସ୍ତି ବାସିନ୍ଦା ଓଗରିବ ବାସହୀନ ପରିବାରକୁ ଠକିବା, ବିଜେପି ର ପ୍ରତିସୃତି ଓ ପ୍ରତାରଣା ଉପରେ ବର୍ଷିଛନ୍ତି ବିଜୟ କୁମାର ପଟ୍ଟନାୟକ।ବସନ୍ତ କୁମାର ପଣ୍ଡା , ଅଭିମନ୍ୟୁ ପଣ୍ଡା, ରେଣୁକା ପାତ୍ର, କୃଷ୍ଣ ଚନ୍ଦ୍ର ପାତ୍ର ଅମର ପାତ୍ର, ଆଶୋକ କୁମାର ଅଧିକାରୀ, ଲୋକି ପାତ୍ର ରାଜ୍ୟ ଛାତ୍ର କଂଗ୍ରେସର ସାରଦା ପ୍ରସନ୍ନ ସ୍ବାଇଁ , ବିଭୁତି ଭୁଷଣ ମହାପାତ୍ର ଏବଂ ସତାଧିଖ ନେତା କର୍ମୀମାନେ ଉପସ୍ଥିତ ଥିବା ଦେଖିବାକୁ ମିଳିଛି। ଏହି କାର୍ଯ୍ୟକ୍ରମ କୁ ଗୁମ୍ମା ବ୍ଲକର ସଭାପତି ଲଳିତ ମୋହନ ଦଣ୍ଡସେନା ଓ ମଣ୍ଟୁ ପାଣି ଙ୍କ ଦ୍ଵାରା ପରିଚାଳନା କରାଯାଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ