Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସାମ୍ବାଦିକ ମାନଙ୍କ ଧାରଣା ପଡିଲା ପ୍ରଭାବ, ବଦଳି ହେଲେ ରାୟଗଡ଼ ବି.ପି.ଏମ ଲତିକା ଦେବୀ…

ପାରଳାଖେମୁଣ୍ଡି:୨୮/୯(ଗରୁଡ଼ ଧ୍ଵଜ ଚୌଧୁରୀ) କିଛି ଦିନ ପୂର୍ବେ ଗଜପତି ଜିଲ୍ଲା ରାୟଗଡ ବ୍ଲକ ରେ ଓ.ଏଲ.ଏମ ବିଭାଗ ରେ ହୋଇଥିବା ବ୍ୟାପକ ଦୁର୍ନୀତି ର ଖବର ୪ ଜଣ ସାମ୍ବାଦିକ ପ୍ରସାରଣ କରିଥିଲେ | ଏଥିରେ ରାୟଗଡ ବ୍ଲକ ଉପାଧ୍ୟକ୍ଷ ସାମ୍ବାଦିକ ଙ୍କୁ ଫୋନ ରେ ଧମକ ଦେବା ସହ ଷଡଯନ୍ତ୍ର କରି ସାମ୍ବାଦିକ ଙ୍କ ଘର ଉପରେ ଆକ୍ରମଣ କରାଇଥିଲେ | ଏହାପରେ ସାମ୍ବାଦିକ ଜଣକ ରାୟଗଡ଼ ଥାନାରେ ରାୟଗଡ ବି.ପି.ଏମ ଲତିକା ଦେବୀ ଓ ବ୍ଲକ ଉପାଧ୍ୟକ୍ଷ ଜ୍ୟୋତି ପ୍ରସାଦ ପାଣି ଙ୍କ ନା ରେ ମାମଲା ରୁଜୁ କରିଥିଲେ | ଏହାପରେ ସମ୍ବାଦିକ ମାନଙ୍କୁ ହଇରାଣ କରିବା ପାଇଁ ୪ ଜଣ ସାମ୍ବାଦିକ ଙ୍କ ନାମ ରେ ମିଥ୍ୟା କେଶ କରିଥିଲେ | ଏହାର ପ୍ରତିବାଦ ରେ ଗଜପତି ଜିଲ୍ଲାର ସମୁହ ସାମ୍ବାଦିକ ମାନଙ୍କ ପକ୍ଷରୁ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ୩ ଦିନ ବ୍ୟାପି ଧାରଣା ଦେଇଥିଲେ | ପ୍ରଶାସନ ଲତିକା ଦେବୀ ଙ୍କୁ କାଶୀନଗର ବ୍ଲକ କୁ ବଦଳି କରିବା ପରେ ସାମ୍ବାଦିକ ମାନେ ଏହି ଧାରଣା ପ୍ରତ୍ୟାହାର କରିଛନ୍ତି ଗତକାଲି ରାୟଗଡ ଥାନାରେ ୪ ସାମ୍ବାଦିକ ଥାନା ଜାମିନ ପାଇଥିଲେ | ଏହାପରେ ରାୟଗଡ଼ ଗ୍ରାମ ରେ ରାଲି କରି ନାରାବାଜି କରି ଥିଲେ | ସାମ୍ବାଦିକ ମାନଙ୍କ କହିବା ପ୍ରକାରେ ସେମାନଙ୍କ ବିରୋଧ ରେ ହୋଇଥିବା ମିଥ୍ୟା କେଶ ର ପ୍ରତ୍ୟାହାର ଓ ରାୟଗଡ ବି.ପି.ଏମ ଲତିକା ଦେବୀଙ୍କ ଅମଳରେ ଜୀବିକା ମିଶନ ରେ ଦୁର୍ନୀତି ହୋଇ ଥିବା ନେଇ ଯେଉଁ ଅଭିଯୋଗ ହେଉଛି ତାର ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପର୍ଯ୍ୟନ୍ତ ସେମାନଙ୍କ ଆନ୍ଦୋଳନ ଜାରି ରହିବ | ବର୍ତମାନ ଦେଖିବା କଥା ଗଜପତି ଜିଲ୍ଲା ପ୍ରଶାସନ କେବଳ ବଦଳି କରି ଚୁପ ବସୁଛନ୍ତି କିମ୍ବା ନିରପେକ୍ଷ ତଦନ୍ତ କରୁଛନ୍ତି ?? ଏହା ଏକ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ