Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜୟନାରାୟଣଙ୍କ ରାଜ୍ୟ ସରକାରଙ୍କୁ ପ୍ରଶ୍ନ- ସିଏମଓ କହିଲେ କ’ଣ ଜଣେ ବ୍ୟକ୍ତି କି?

ଭୁବନେଶ୍ଵର: ଚଳିତ ମୌସୁମୀ ଅଧିବେଶନରେ ଆଲୋଚନା କମ ମୁଲତବୀ ଅଧିକ ହେଉଛି। ପ୍ରବଳ ହଙ୍ଗାମା ଓ ହଟ୍ଟଗୋଳରେ ବଳି ପଡ଼ୁଛି ବିଧାନସଭା ଅଧିବେଶନ। ଏହି କ୍ରମରେ ଆଜି ଶୂନ୍ୟକାଳରେ ସରକାରଙ୍କ ଉପରେ ବର୍ଷିଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର। ସିଏମଓମାନେ କଣ ଜଣେ ବ୍ୟକ୍ତିଙ୍କୁ ବୁଝାଏ ବୋଲି ସେ ପ୍ରଶ୍ନ କରିଛନ୍ତି।

ଜୟନାରାୟଣ କହିଛନ୍ତି, ଯେଉଁ କଲେଜ ଛାତ୍ର-ଛାତ୍ରୀଙ୍କୁ ବୁହା ହୋଇ ଅଣାଯାଉଥିଲା, ତାହା କି ଜନ ଶୁଣାଣି। ହେଲିକପ୍ଟର ବାବଦରେ ୪୦ କୋଟି ଖର୍ଚ୍ଚ ହୋଇଛି ବୋଲି କହିଲେ। ଚେୟାର ଓ ଟେଣ୍ଟ ଖର୍ଚ୍ଚର ହିସାବ ଦିଅନ୍ତୁ। ବିଧାୟକଙ୍କ ବାହାଘର ଓ ବାପା ଶୁଦ୍ଧିକୁ ସଚିବ ହେଲିକପ୍ଟର ନେଇ କାହିଁକି ଗଲେ ବୋଲି ବିଜେପି ବିଧାୟକ ପ୍ରଶ୍ନ କରିଛନ୍ତି। ମନ୍ତ୍ରୀଙ୍କ ନାଁରେ ବୁକ୍ ହେଲିକପ୍ଟରକୁ ନେଇ ଫାଇଭ-ଟି ସଚିବ କଟକ କେମିତି ଗଲେ। ଯଦି ଜଣେ ଅଭିଯୋଗ ଶୁଣିବେ, ଆମେ ଏତେ ଧଳାହାତୀ କାହିଁକି ପୋଷିବା। ସରକାରଙ୍କୁ ଏଠି ଲିଜରେ ଦେଇ ଦିଆଯାଇଛି ବୋଲି ଜୟନାରାୟଣ କହିଛନ୍ତି।

ସୂଚନାଯୋଗ୍ୟ ଗୁରୁବାର ଦିନ ଅଧିବେଶନ ଆରମ୍ଭ ହେବା ମାତ୍ରେ ମୁଖ୍ୟମନ୍ତ୍ରୀଙ୍କ ବିବୃତ୍ତି ନେଇ ବିରୋଧୀ ଓ ଶାସକ ଦଳ ମୁହାଁମୁହିଁ ହୋଇଥିଲେ । ଏପିରିକି ଗୃହର ମଧ୍ୟଭାଗକୁ ଆସି ବିଜେପି ବିଧାୟକମାନେ ହଟ୍ଟଗୋଳ କରିଥିଲେ । ଶେଷରେ ବାଚସ୍ପତି ପ୍ରମିଳ ମଲ୍ଲିକ ବାଧ୍ୟ ହୋଇ ଗୃହଭାକୁ ଅପରାହ୍ନ ୪ଟା ଯାଏଁ ମୁଲତବୀ ଘୋଷଣା କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ