Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବାଲିଗୁଡା ବ୍ଲକ କଳା ଓ ସଂସ୍କୃତି ସଂଘ ସଦସ୍ୟ ଙ୍କର ପ୍ରଶିକ୍ଷଣ ଶିବିର ଉଦଘାଟିତ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ):ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତ ବିଭାଗ ଓଡ଼ିଶା ସରକାରଙ୍କ ଦ୍ବାରା ଆରମ୍ଭ ହେବାକୁ ଥ‌ିବା ସୂଚନା, ଶିକ୍ଷା ଓ ଯୋଗାଯୋଗ ବା ଆଇ.ଇ.ସି ଅଭିଯାନର ସଫଳ ରୂପାୟନ ନିମନ୍ତେ ବାଲିଗୁଡା ବ୍ଲକ କଳା ସଂସ୍କୃତି ସଂଘ (ବି.କେ.ଏସ.ଏସ.)ରେ ପଞ୍ଜିକୃତ ହୋଇଥିବା କଳାକାରଙ୍କୁ ତାଲିମ ପ୍ରଦାନ ନିମନ୍ତେ ବାଲିଗୁଡା ପଞ୍ଚାୟତ ସମିତି କାର୍ଯ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷଠାରେ ଏକ କର୍ମଶାଳା ଶୁକ୍ରବାର ଆରମ୍ଭ ହୋଇଯାଇଛି । ତ୍ରିଦିବସୀୟ ପ୍ରଶିକ୍ଷଣ ଶିବିରକୁ ଉଦଘାଟନ କରି ବାଲିଗୁଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ତଥା ବି.କେ.ଏସ.ଏସ. ଅଧ୍ୟକ୍ଷ ଶଶାଙ୍କ ଶେଖର ପାତ୍ର କହିଥିଲେ ଯେ, ଏହି ଅଭିଯାନ ମାଧ୍ୟମରେ ପାରମ୍ପରିକ ଲୋକନୃତ୍ୟ ଓ ସଂଗୀତ ପରିବେଷଣ କରୁଥିବା ସ୍ଥାନୀୟ କଳାକାର ତଥା ସାଂସ୍କୃତିକ ଦଳ ଗ୍ରାମାଞ୍ଚଳରେ ବିଭିନ୍ନ ବିକାଶ ମୂଳକ, ଲୋକାଭିମୁଖୀ ସରକାରୀ ଯୋଜନା ବିଷୟରେ ଲୋକଙ୍କୁ ସଚେତନ କରିବା ସହିତ ସରକାରୀ ଯୋଜନାରେ ଲୋକଙ୍କ ସମ୍ପୃକ୍ତିକୁ ଅଧ‌ିକ ସୁଦୃଢ଼ କରିବା ନିମନ୍ତେ ସହାୟକ ହେବେ ଏବଂ ଲୋକ କଳାକୁ ବଞ୍ଚାଇ ରଖୁଥିବା ଏହି ସ୍ଥାନୀୟ କଳାକାରଙ୍କ ଜୀବନ ଜୀବିକାର ମଧ୍ୟ ଉନ୍ନତି ହେବ। ଉଦଘାଟନୀ ସମାରୋହରେ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପ୍ରହଲ୍ଲାଦ ଖୋସ୍ଲା ବିଭିନ୍ନ ସରକାରୀ ଯୋଜନାର ବିସ୍ତୃତ ବର୍ଣ୍ଣନା କରିବା ସହ ପାରମ୍ପରିକ ଲୋକନୃତ୍ୟ ଓ ସଂଗୀତ ମାଧ୍ୟମରେ ସରକାରୀ ଯୋଜନା ଗୁଡିକର ସଚେତନତା ବାର୍ତ୍ତା ପରିବେଷଣ କରିବା ସମୟରେ କିଭଳି ସତର୍କତା ଅବଲମ୍ବନ କରି କିପରି ସଠିକ ତଥ୍ୟ ପ୍ରଦାନ କରିବେ ସେ ନେଇ ବୁଝାଇ କହିଥିଲେ । ବି.କେ.ଏସ.ଏସ. ସମ୍ପାଦକ ତଥା ଗୋଷ୍ଠୀ ସାମାଜିକ ସୁରକ୍ଷା ଅଧିକାରୀ ଦୀନେଶ କୁମାର କହଁର ଶିବିରକୁ ପରିଚଳନା କରୁଥିବା ବେଳେ ଜିଲ୍ଲା ସ୍ତରୀୟ କର୍ମଶାଳାରୁ ତାଲିମ ନେଇ ଆସିଥିବା ସାଧନକର୍ମୀ ତଥା ବି.କେ.ଏସ.ଏସ. ଉପାଧ୍ୟକ୍ଷ ଦେବରାଜ କୈବର୍ତ୍ତ ଏବଂ ସହଯୋଗୀ ସାଧନ କର୍ମୀଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ ମାନେ ସର୍ବମୋଟ ୨୩ ଗୋଟି ଦଳର ୧୮୪ ଜଣ ସଭ୍ୟ ସଭ୍ୟଙ୍କୁ ତାଲିମ ପ୍ରଦାନ କରିବେ ।