Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପାରଳାଖେମୁଣ୍ଡି ଠାରେ ଜିଲ୍ଲାସ୍ତରୀୟ ଷଷ୍ଠ ରାଷ୍ଟ୍ରୀୟ ପୋଷଣ ମା କାର୍ଯ୍ୟକ୍ରମ ପାଳନ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ

ପାରଳାଖେମୁଣ୍ଡି:୨୯/୯(ଗରୁଡ଼ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପରିସରରେ ଥିବା ସମ୍ମିଳନୀ କକ୍ଷ ଠାରେ କେନ୍ଦ୍ର ସରକାର’ଙ୍କ ” ସହି ପୋଷନ-ଦେଶ ରୋଷନ” ର କାର୍ଯ୍ୟକ୍ରମ ଅନ୍ତର୍ଗତ ପୋଷଣ ମାଆ ଅଭିଯାନ’ର ଗଜପତି ଜିଲ୍ଲାସ୍ତରୀୟ ଷଷ୍ଠ ତମ ରାଷ୍ଟ୍ରୀୟ ପୋଷଣ ମାହ -୨୦୨୩ କାର୍ଯ୍ୟକ୍ରମ ପାଳନ ଅବସରରେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଜିଲ୍ଲା ପ୍ରଶାସନ ଅନ୍ତର୍ଗତ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ମିନତୀ ଦେବୀଙ୍କ ଅଧ୍ୟକ୍ଷତା’ରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରାଜେନ୍ଦ୍ର କୁମାର ମିଞ୍ଜ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଗର୍ଭବତୀ ମହିଳା ପ୍ରସୂତି ଓ ନବଜାତ ଶିଶୁର ପୁଷ୍ଟିହୀନତା ରୋକିବା ସହ ସୁସ୍ଥ ଶିଶୁଟି କିଭଳି ଜନ୍ମ ଲାଭ କରିବ , ଏଥିପାଇଁ ସେମାନଙ୍କୁ କିଭଳି କେଉଁ ସମୟରେ କଣ ଖାଇବେ , କଣ ନ ଖାଇବେ ସେ ଦିଗରେ ସମ୍ପୂର୍ଣ ସଚେତନ କରାଇବା ବିଭାଗୀୟ ଅଧିକାରୀ ଓ ଅଙ୍ଗନବାଡି କର୍ମୀ ମାନେ ଅଧିକ ଯତ୍ନବାନ ହୋଇ କାର୍ଯ୍ୟ କରିବାକୁ ଆହ୍ବାନ କରିଥିଲେ। ଅନ୍ୟ ପକ୍ଷରେ ଉପଯୁକ୍ତ ପୋଷଣ ମାଧ୍ୟମରେ ଶିଶୁ , ଗର୍ଭବତୀ ଓ ପ୍ରସୂତି ମାନଙ୍କ ଶାରିରୀକ ମାନସିକ ବିକାଶ ଓ ଶିଶୁ ମାତୃ ମୃତ୍ୟୁହାର ରୋକିବା ଦିଗ ଉପରେ ଆହ୍ବାନ କରି କହିଥିଲେ ।ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼ାଃ ପ୍ରଦୀପ କୁମାର ପାତ୍ର ମଞ୍ଚସିନ ଅତିଥି ଭାବେ ଯୋଗ ଦେଇ ଆଲୋଚନା କରିଥିଲେ ।ଆଇ.ସି.ଡ଼ି.ଏସ ର ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀ ଶ୍ରୀମତୀ କେ.ସୁନିତାଙ୍କ ସମେତ ପୋଷଣ ଜିଲ୍ଲା ସଂଯୋଜିକା ଶ୍ରୀମତୀ ପାୟଲ ପାଣିଗ୍ରାହୀ , ଏକ୍ସନ୍ ଏଡ୍ ଜିଲ୍ଲା ସଂଯୋଜକ ଶ୍ରୀ ବିକାଶ ମେହେର , ସିଡିପିଓ ତେରେସ୍କୋଭା ମଲ୍ଲିକ ଏବଂ ବରିଷ୍ଠ ସୁପର ଭାଇଜର ଶ୍ରୀମତୀ ସାରଳା ପାତ୍ର ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମ’ର ଆଭିମୁଖ୍ୟ ଏବଂ ଚଳିତ ବର୍ଷର ଥିମ୍ ଶୁସୋଷିତ ଭାରତ ସାକ୍ଷର ଭାରତ ଓ ସଶକ୍ତ ଭାରତ ଉପରେ ଆଲୋଚନା କରିଥିଲେ ।ଏହି କାର୍ଯ୍ୟକ୍ରମ ଅବସର’ରେ ଉତ୍ତମ ଏବଂ ଶୃଙ୍ଖଳିତ ସେବା କାର୍ଯ୍ୟ କରିଥିବା ସିଡିପିଓ , ସୁପର ଭାଇଜର ଏବଂ ଅଙ୍ଗନବାଡ଼ି କର୍ମୀ ମାନଙ୍କୁ ପୁରସ୍କୃତ କରା ଯାଇଥିଲା ।ସମସ୍ତ କାର୍ଯ୍ୟକ୍ରମ’କୁ ଏକ୍ସନ ଏଡ୍ ଗଜପତି ଜିଲ୍ଲା ସଂଯୋଜକ ଶ୍ରୀ ବିକାଶ ମେହେର ସଂଯୋଜନା କରିଥିଲେ ।ଏହି କାର୍ଯ୍ୟକ୍ରମ ଅବସର’ରେ ସମସ୍ତ ବ୍ଲକର ଅଙ୍ଗନବାଡ଼ି କର୍ମୀ ମାନଙ୍କ ଦ୍ଵାରା ବିଭିନ୍ନ ଆଞ୍ଚଳିକ ଶସ୍ୟ ଯଥା ମାଣ୍ଡିଆ ଓ କାଙ୍ଗୁ ପ୍ରସ୍ତୁତି ପୁଷ୍ଟିଯୁକ୍ତ ଖାଦ୍ୟ ମାଆ ମାନଙ୍କ ପାଇଁ କେତେ ଉପଯୋଗୀ ସେ ଉପରେ ପୁଷ୍ଟିଜୁକ୍ତ ଖାଦ୍ୟ ପ୍ରଦର୍ଶନ କରିଥିଲେ ।ଏହି ଅବସର’ରେ ଯୋଗ ଗୁରୁ ଶ୍ରୀ ଅମ୍ବିକା ରଞ୍ଜନ ପାଣିଗ୍ରାହୀ ଯୋଗ ଦେଇ ଗର୍ଭବତୀ , ପ୍ରସୂତି ଓ କିଶୋରୀ ମାନଙ୍କ ସୁସ୍ଥ ଶାରିରୀକ ଉଦ୍ଦେଶ୍ୟ’ରେ ବିଭିନ୍ନ ଉପାଦେୟ ଯୋଗଶିକ୍ଷା ପ୍ରଦାନ କରିଥିଲେ। ପରେ ପରେ ଦାସକାଠିଆ ଗୁରୁ ଶ୍ରୀ ହରେକୃଷ୍ଣ ବିଶ୍ଵାଳ ଓ ତାଙ୍କ ସାଥୀ ଦ୍ଵାରା କିଶୋରୀ , ଗର୍ଭବତୀ ଓ ପ୍ରସୂତି ମା ମାନଙ୍କ ପାଇଁ ରହିଥିବା ବିଭିନ୍ନ ସରକାରୀ ଯୋଜନା ଓ ଶାରିରୀକ ସୁସ୍ଥତା ବିଷୟ ଉପରେ ସଚେତନତା ପରିବେଷଣ କରିଥିଲେ ।ଏହି କାର୍ଯ୍ୟକ୍ରମ’ରେ ସମସ୍ତ ଆଇସିଡିଏସ: ସିଡ଼ିପିଓ: , ମହିଳା ସୁପରଭାଇଜର , ଅଙ୍ଗନବାଡି କର୍ମୀ ଏବଂ ପୋଷଣ ଅଭିଯାନ କାର୍ଯ୍ୟକ୍ରମ’ର ବ୍ଲକ୍ ସଂଯୋଜୀକା ମାନେ ଅଂଶଗ୍ରହଣ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ