Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସ୍ଵଚ୍ଛତା ପକ୍ଷ ପାଳିତ

ଖଡ଼ିଆଳ : ନୂଆପଡ଼ା ଜିଲା ପଲ୍ଲୀ ପ୍ରଗତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଜାତୀୟ ସେବା ଯୋଜନା ଆନୁକୁଲ୍ୟରେ ସ୍ବଚ୍ଛତା ପକ୍ଷ ପାଳନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ନୂଆପଡ଼ା ଜିଲା କାର୍ଯ୍ୟକ୍ରମ ଅଧିକାରୀ ପ୍ରଣତି ପଣ୍ଡା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ। ପ୍ରଥମ ପର୍ଯ୍ୟାୟରେ ବିଦ୍ୟାଳୟର କାର୍ଯ୍ୟକ୍ରମ ଅଧିକାରୀ ବିରଞ୍ଚିନାରାୟଣ ବେହେରାଙ୍କ ତତ୍ତ୍ଵାବଧାନରେ ବିଦ୍ୟାଳୟର ପରିସରରେ ସ୍ବେଚ୍ଛାସେବୀ ମାନେ ସଫେଇ କାର୍ଯ୍ୟ କରି ସ୍ବଚ୍ଛତା ହଁ ସେବା ବାର୍ତ୍ତା ଦେବାପାଇଁ ଉଦ୍ୟମ କରିଥିଲେ। ସ୍ବଚ୍ଛ ଭାରତ ସୁସ୍ଥ ଭାରତ ସ୍ଳୋଗାନ ଦେଇ ଅଳିଆ ଆବର୍ଜନା ସଫାକରି ଥିଲେ। ଦ୍ବିତୀୟ ପର୍ଯ୍ୟାୟରେ ହୋଇଥିବା ସଭାରେ ଅଧ୍ୟକ୍ଷ ରୁଦ୍ର ମାଧବ ବାରିକଙ୍କ ସଭାପତିତ୍ବରେ ଛାତ୍ରଛାତ୍ରୀମାନେ ସେମାନଙ୍କ ଅଭିଜ୍ଞତା ଉପସ୍ଥାପନ କରିଥିଲେ। ଏହି ସଭାରେ ଜାତୀୟ ସେବା ଯୋଜନାର ଲକ୍ଷ୍ୟ ଓ ଉଦ୍ଦେଶ୍ୟକୁ ମୁଖ୍ୟ ଅତିଥି ଛାତ୍ରଛାତ୍ରୀମାନଙ୍କୁ ଜଣାଇ ଥିଲେ। ଏହା ଭାରତ ସରକାରଙ୍କ ଏକ ଅଭିନବ କାର୍ଯ୍ୟକ୍ରମ ଅଟେ ଏହା ଦ୍ବାରା ସମସ୍ତ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ସେବା ଭାବନା ସୃଷ୍ଟି ହୋଇପାରିବ ବୋଲି ଅଧ୍ୟକ୍ଷ ତାଙ୍କ ବକ୍ତବ୍ୟରେ କହିଥିଲେ। ଏହି କାର୍ଯ୍ୟକ୍ରମରେ ଅଧ୍ୟାପକ ଓ ଅଣ ଶିକ୍ଷକ କର୍ମଚାରୀ ମାନେ ସହଯୋଗ କରିଥିଲେ।