Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜିଲା ବାହାର କୁ ଗଞ୍ଜେଇ ଚାଲାଣ କରୁଥିବା ବେଳେ ଦୁଇ ଗଞ୍ଜେଇ ମାଫିଆ ଗିରଫ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ଦେଇ ବାହାର ଜିଲାକୁ ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ପୋଲିସ ଦୁଇ ଜଣକୁ ଗିରଫ କରିବା ସହ ସେମାନଙ୍କଠାରୁ ୫ କେଜି ଗଞ୍ଜେଇ ଜବତ କରିଥିବା ଦାରିଙ୍ଗବାଡ଼ି ଆଇଆଇସି ଆନନ୍ଦ ଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି। ଦୁଇ ଅଭିଯୁକ୍ତ ହେଲେ ଗଞ୍ଜାମ ଜିଲା ଆସିକା ଥାନା ଅଞ୍ଚଳର ସନ୍ତୋଷ ବେହେରା ଏବଂ ନିରଞ୍ଜନ ସ୍ବାଇଁ। ସେମାନେ ଏକ ସ୍କୁଟିରେ ଏହି ଗଞ୍ଜେଇ ନେଇ ଗଞ୍ଜାମ ଅଭିମୁଖେ ଯାଉଥିଲେ। ସେମାନଙ୍କ ନାମରେ ବେଆଇନ ନିଶା କାରବାର ଅଭିଯୋଗରେ ପୋଲିସ ୧୭୫/୨୩ରେ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ କରାଯାଉଥିବା ଆଇଆଇସି ପ୍ରକାଶ କରିଛନ୍ତି।