Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦିଲ୍ଲୀ ବଜେଟ୍‌କୁ ନେଇ ମୁହାଁମୁହିଁ କେଜ୍ରିୱାଲ ଓ କେନ୍ଦ୍ର ସରକାର; ଅଧାରୁ ଅଟକିଲା ବଜେଟ୍‌

ନୂଆଦିଲ୍ଲୀ: ଅରବିନ୍ଦ କେଜ୍ରିୱାଲ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ପୁଣି କଥା କଟାକଟି ହୋଇଛି। ଦିଲ୍ଲୀ ବଜେଟ୍‌କୁ ନେଇ ଆଜି ସଂସଦରେ ଆପ୍‌ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ଓ କେନ୍ଦ୍ର ସରକାଙ୍କ ମୁହାଁମୁହିଁ ହୋଇଛନ୍ତି। ଆଜି ୨୦୨୩-୨୪ ବଜେଟ ଉପସ୍ଥାପନ ହେବାରେ ଥିଲା ହେଲେ କେନ୍ଦ୍ର ସରକାର ଏହା ଉପରେ ରୋକ୍‌ ଲଗାଇଛନ୍ତି ଏବଂ ତାହା କରାଇ ଦେଇନଥିବା ଦାବି କରିଛନ୍ତି କେଜ୍ରିୱାଲ।  

ଇତିହାସରେ ଏଭଳି ଘଟଣା ପ୍ରଥମ ବୋଲି କହିଛନ୍ତି କେଜ୍ରିୱାଲ। ଏହାସହିତ ସେ ମୋଦୀଙ୍କ ନିକଟକୁ ଏକ ଚିଠି ମଧ୍ୟ ଲେଖିଛନ୍ତି। ସୂଚନା ଅନୁଯାୟୀ ବିଜ୍ଞାପନ, ପୁଞ୍ଜି ବ୍ୟୟ ଏବଂ ଆୟୁଷ୍ମାନ ଭାରତ ଭଳି ପ୍ରସଙ୍ଗରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଦିଲ୍ଲୀ ସରକାରଙ୍କୁ ସ୍ପଷ୍ଟୀକରଣ ମାଗିଛି।

ଚିଠିରେ କେଜ୍ରିୱାଲ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଲେଖିଛନ୍ତି ଯେ ସେ ଦିଲ୍ଲୀବାସୀଙ୍କ ଉପରେ କାହିଁକି ରାଗିଛନ୍ତି ବୋଲି ପ୍ରଶ୍ନ କରିଛନ୍ତି। ଦୟାକରି ଦିଲ୍ଲୀ ବଜେଟ୍ ଉପରେ ରୋକ ଲଗାନ୍ତୁ ନାହିଁ। ଦିଲ୍ଲୀବାସୀ ଆପଣଙ୍କୁ ହାତ ଯୋଡି ପ୍ରାର୍ଥନା କରୁଛନ୍ତି। ଆମ ବଜେଟ୍ ପାସ୍ କରିଦିଅନ୍ତୁ ବୋଲି କେଜ୍ରିୱାଲ ଚିଠିରେ ଲେଖିଛନ୍ତି। 

ଅପରପକ୍ଷେ ଆପ୍ ସରକାର ଏହି ଅଭିଯୋଗକୁ ଖଣ୍ଡନ କରିବା ସହ ମିଥ୍ୟା ବୋଲି କହିଛନ୍ତି।  

More Stories