Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କଳାହାଣ୍ଡି ପୋଲିସ ପକ୍ଷରୁ ସାଇବର ସୁରକ୍ଷା ଅଭିଯାନ…୨୦୨୩

କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଳକ ସଦର ସ୍ଥିତ ରତନ ଭୋଇ ପଞ୍ଚାୟତ ସମିତି ହାଇସ୍କୁଲ ଠାରେ ପୋଲିସ ପ୍ରଶାସନ ପକ୍ଷରୁ ମଙ୍ଗଳବାର ସାଇବର ସୁରକ୍ଷା ସଚେତନତା ଅଭିଯାନ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପଞ୍ଚାୟତ ସମିତି ଉପାଧ୍ୟକ୍ଷ ସୁରେନ୍ଦ୍ର ଭୋଇ,ସମ୍ମାନିତ ଅତିଥି ଭାବେ କର୍ଲାମୁଣ୍ଡା ତହସିଲଦାର ମିଳନ କୁମାର ଝାଙ୍କର,କର୍ଲାମୁଣ୍ଡା ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ର ଶାଖା ପରିଚାଳକ ରାଜେଶ ପ୍ରସାଦ ହିଆଁଲ, ବିଧାୟକ ପ୍ରତିନିଧି ଦୀନ ବନ୍ଧୁ ସାହୁ,ସାଇବର ସେଲ ଥାନା ଆଇଆଇସି ସ୍ନିଗ୍ଧା ରାଣୀ ସୁନା,ମ ରାମପୁର ଥାନା ଅଧିକାରୀ ସୁଦର୍ଶନ ନାଏକ, ଜିଲ୍ଲା ପରିଷଦ ସଭ୍ୟ ସୁରେଶ ଚୌଧୁରୀ, ରିଜର୍ଭ ଇନିସିପେକ୍ଟର ଏସ କେ ବଳିୟାର ସିଂ, କର୍ଲାମୁଣ୍ଡା ଫାଣ୍ଡି ଅଧିକାରୀ ଥବିର ବରିହା ,ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ପ୍ରସନ୍ନ କୁମାର ପ୍ରଧାନ,ଅବସର ପ୍ରାପ୍ତ ଶିକ୍ଷକ ପବିତ୍ର ମୋହନ ପାଶା ପ୍ରମୁଖ ଯୋଗ ଦେଇ ସାଇବର ଅପରାଧ ରୁ କିଭଳି ସୁରକ୍ଷା ମିଳିପାରିବ ସେ ଦିଗରେ ଆଲୋଚନା କରିବା ସହ ସଚେତନତା ସୃଷ୍ଟି କରିଥିଲେ। ଏଥିରେ ଛାତ୍ରୀ ଛାତ୍ର ମାନଙ୍କୁ ନେଇ ସାଇବର ଅପରାଧ ସମ୍ପର୍କିତ ଚିତ୍ରଙ୍କନ ଓ କୁଇଜ ପ୍ରତିଯୋଗିତା ଆୟୋଜନ କରାଯାଇ ଛାତ୍ରୀ ଛାତ୍ର ଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ ,କର୍ଲାମୁଣ୍ଡା ଫାଣ୍ଡି କର୍ମଚାରୀ ଜୀତେନ୍ଦ୍ର ଚୌଧୁରୀ,ପ୍ରସନ୍ନ ମିଶ୍ର ଓ ଅନ୍ୟ ମାନେ କାର୍ଯ୍ୟକ୍ରମ ଆୟୋଜନ ରେ ସହଯୋଗ କରିଥିଲେ। ସେହିପରି ରିଷିଡା ଫାଣ୍ଡି ଆନୁକୂଲ୍ୟରେ ମଧ୍ୟ ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ