Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଔରଙ୍ଗଜେବଙ୍କୁ ପ୍ରଶଂସା କରି ଅଡୁଆରେ ଯୁବକ; ରୁଜୁ ହେଲା ମାମଲା

ମୁମ୍ବାଇ: ମୋଗଲ ଶାସକ ଔରଙ୍ଗଜେବଙ୍କୁ ପ୍ରଶଂସା କରିବା ଯୁବକଙ୍କୁ ପଡିଲା ମହଙ୍ଗା। ହ୍ଵାଟ୍ସଆପ ଷ୍ଟାଟସରେ ଔରଙ୍ଗଜେବଙ୍କ ସପକ୍ଷରେ ଲେଖିଥିବା କିଛି ପୋଷ୍ଟ ପାଇଁ ତାଙ୍କ ନାମରେ ଏବେ ମାମଲା ରୁଜୁ କରାଯାଇଛି । ମହାରାଷ୍ଟ୍ରର କୋହ୍ଲାପୁରରେ ଘଟିଛି ଏଭଳି ଘଟଣା । ସୂଚନା ମୁତାବକ ଔରଙ୍ଗଜେବଙ୍କୁ ପ୍ରଶଂସା କରି ହ୍ଵାଟ୍ସଆପ ଷ୍ଟାଟସରେ ଲେଖାଯାଇଥିବାରୁ ଧାରା ୨୯୫(କୌଣସି ଧର୍ମକୁ ଅପମାନ କରିବା) ଅନୁଯାୟୀ ମାମଲା ରୁଜୁ କରାଯାଇଛି ବୋଲି କହିଛି । ସୂଚନା ଅନୁଯାୟୀ ଏହି ବ୍ୟକ୍ତି ଜଣକ ନିଜ ହ୍ଵାଟ୍ସଆପର ଷ୍ଟାଟସରେ ଔରଙ୍ଗଜେବଙ୍କୁ ପ୍ରଶଂସା କରିବା ସହ ହିନ୍ଦୁ ସମ୍ପ୍ରଦାୟ ବିରୋଧୀ ତଥ୍ୟ ଲେଖିଥିଲେ ।

ସେ ଅଭିଯୁକ୍ତ ଜଣଙ୍କ ହେଉଛନ୍ତି ମହମ୍ମଦ ମୋମିମ। ସେ ନିକଟରେ ମୋଗଲ ଶାସକ ଔରଙ୍ଗଜେବଙ୍କ ବାବଦରେ ଲେଖିବା ସହ ଔରଙ୍ଗାବାଦ ସହରର ନାମ ପରିବର୍ତ୍ତନକୁ ବିରୋଧ କରିଥିଲା । ମାର୍ଚ୍ଚ ୧୬ରେ ଏହି ଘଟଣା ସାମ୍ନାକୁ ଆସିଥିବାବେଳେ ହିନ୍ଦୁ ସଂଗଠନ ପକ୍ଷରୁ ଏହାକୁ ତୀବ୍ର ବିରୋଧ କରାଯାଇଥିଲା । କେବଳ ଏତିକି ନୁହେଁ, ବରଂ ହିନ୍ଦୁ ସଂଗଠନ ପକ୍ଷରୁ ଯୁବକଙ୍କୁ ଗିରଫ କରିବା ସହ ଧାରଣା ଦେଇଥିଲେ । ଏହା ପରେ ପୁଲିସ ପକ୍ଷରୁ ତାଙ୍କ ନାମରେ ମାମଲା ରୁଜୁ କରାଯାଇଛି ।