Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୯୨ ବର୍ଷରେ ୫ମ ଥର ବାହା ହେବେ ଏହି ପ୍ରତିଷ୍ଠିତ ବ୍ୟବସାୟୀ

ନୂଆଦିଲ୍ଲୀ: ୯୨ ବର୍ଷ ବୟସରେ ୫ମ ଥର ବିବାହ ଘୋଷଣା କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଛନ୍ତି ପ୍ରତିଷ୍ଠିତ ବ୍ୟବସାୟୀ ତଥା ମିଡିଆ ଟାଇକୁନ୍ ରୁପର୍ଟ ମର୍ଡକ। ସେ ତାଙ୍କ ସାଥୀ ଲେସଲି ସ୍ମିଥଙ୍କ ସହ ଖୁବ୍‌ ଶୀଘ୍ର ନିର୍ବନ୍ଧ ହେବା ନେଇ ଘୋଷଣା କରିଛନ୍ତି। ଲେସଲି ପୋଲିସ୍ କର୍ମଚାରୀଙ୍କ ପାଇଁ କାଉନସେଲିଂ କାମ କରନ୍ତି। ସେ ଗତ ବର୍ଷ ସେପ୍ଟେମ୍ବରରେ ଆମେରିକାର କାଲିଫର୍ନିଆର ଏକ ଇଭେଣ୍ଟରେ ୬୬ ବର୍ଷିୟା ଲେସଲିଙ୍କୁ ଭେଟିଥିଲେ।

ସେ ଏକ ସାକ୍ଷାତକାରରେ କହିଛନ୍ତି ଯେ ‘ମୁଁ ପ୍ରେମରେ ପଡ଼ିବାକୁ ଭୟ କରୁଥିଲି। ମୁଁ ଜାଣିଥିଲି ଏହା ମୋର ଶେଷ ପ୍ରେମ ହେବ ଏବଂ ଏହା ଭଲ ହେବ। ମୁ ଖୁସି ଅଛି।’ ସୂଚନା ଅନୁଯାୟୀ ମର୍ଡକ ଗତ ବର୍ଷ ତାଙ୍କ ଚତୁର୍ଥ ପତ୍ନୀ ଜେରୀ ହଲ୍ ଠାରୁ ଅଲଗା ହୋଇଥିଲେ। ଅନ୍ୟପକ୍ଷରେ, ଲେସଲି ସ୍ମିଥଙ୍କ ବିଷୟରେ ସେ କହିଥିଲେ ଯେ ତାଙ୍କୁ ବିବାହ ପ୍ରସ୍ତାବ ଦେବାବେଳେ ସେ ନର୍ଭସ ଥିଲେ। ଲେସଲିଙ୍କ ସ୍ୱାମୀ ମରିଯାଇଛନ୍ତି। ବୃତ୍ତି ଅନୁଯାୟୀ ସେ ଜଣେ ଗାୟକ ଏବଂ ରେଡିଓ ଟିଭି କାର୍ଯ୍ୟନିର୍ବାହୀ ଥିଲେ।

ମର୍ଡକଙ୍କ ସହିତ ସମ୍ପର୍କକୁ ନେଇ ଲେସଲି କହିଛନ୍ତି, ‘ଏହା ଆମ ଦୁହିଁଙ୍କ ପାଇଁ ଭଗବାନଙ୍କ ଉପହାର। ଗତ ବର୍ଷ ସେପ୍ଟେମ୍ବର ମାସରେ ଆମେ ଭେଟିଥିଲୁ। ଗତ ୧୪ ବର୍ଷ ହେଲାଣି ସ୍ବାମୀ ମରିଯାଇଛନ୍ତି। ମୋ ସ୍ୱାମୀ ମଧ୍ୟ ରୁପର୍ଟଙ୍କ ପରି ବ୍ୟବସାୟୀ ଥିଲେ। ଆମର ଚିନ୍ତାଧାରା ମଧ୍ୟ ସମାନ। ମର୍ଡକଙ୍କର ପ୍ରଥମ ତିନୋଟି ବିବାହରୁ ୬ ଟି ସନ୍ତାନ ଅଛନ୍ତି। ରିପୋର୍ଟ ଅନୁଯାୟୀ, ମର୍ଡକ ଏବଂ ଲେସଲି ଆସନ୍ତା ବର୍ଷ ବିବାହ କରିବେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ