Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପ୍ଲାଷ୍ଟିକ୍‌ କାରଖାନାରେ ଅଗ୍ନିକାଣ୍ଡ; ଜଳିଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି

ନୂଆଦିଲ୍ଲୀ: ଦିଲ୍ଲୀର କରୱାଲ ନଗରର ଏକ ପ୍ଲାଷ୍ଟିକ କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ନିଆଁ ଲିଭାଇବା ଲାଗିଛି ୮ଟି ଦମକଳ ଗାଡି। ତଥାପି ନିଆଁକୁ ଆୟତ୍ତ କରିବା ଲାଗି ଅଗ୍ନିଶମ ବିଭାଗକୁ ନାକେଦମ ହେବାକୁ ପଡ଼ିଛି। ଏ ନେଇ ପୋଲିସ ମଙ୍ଗଳବାର ସୂଚନା ଦେଇଛି। ତେବେ ଅଗ୍ନିକାଣ୍ଡ ଯୋଗୁ କୌଣସି ‌ଲୋକଙ୍କ ଜୀବନ ହାନି ହୋଇନଥିବା ସୂଚନା ମିଳିଛି। କିନ୍ତୁ ନିଆଁରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳି ନଷ୍ଟ ହୋଇଯାଇଥିବା ସୂଚନା ମିଳିଛି।

ଅଗ୍ନିଶମ ଅଧିକାରୀଙ୍କ କହିବାନୁସାରେ, ସକାଳ ପ୍ରାୟ ୯.୨୫ ସମୟରେ ପ୍ଲାଷ୍ଟିକ୍‌ କାରଖାନାରେ ନିଆଁ ଲାଗିଥିଲା। ଏହାପରେ ପୋଲିସ ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲା। ଖବର ପାଇ ଘଟଣା ସ୍ଥଳରେ ନିଆଁ ଲିଭାଇବା ଲାଗି ୮ ଦମକଳ ଗାଡି ନିୟୋଜିତ ହୋଇଥିଲା।

ଏହି କାରଖାନା କରୱାଲ ନଗରର ସର୍ଦ୍ଦାର ପଟେଲ ସ୍କୁଲ ନିକଟରେ ଅବସ୍ଥିତ। ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ଜଣାପଡିନଥିବା କହିଛି ପୋଲିସ।

ଏହାପୂର୍ବରୁ ମାର୍ଚ୍ଚ ୧୭ରେ ଦିଲ୍ଲୀର ସିରାସପୁର ଶିଳ୍ପାଞ୍ଚଳର ଏକ କାରଖାନାରେ ବ୍ୟାପକ ଅଗ୍ନିକାଣ୍ଡ ଘଟିଥିଲା। ୨୦ ଟି ଦମକଳ ଗାଡି ନିଆଁ ଲିଭାଇବା କାର୍ଯ୍ୟରେ ନିୟୋଜିତ ହୋଇଥିଲେ।

ଦିଲ୍ଲୀ ଅଗ୍ନିଶମ ସେବା ଅଧିକାରୀଙ୍କ କହିବାନୁସାରେ, ଅଗ୍ନିକାଣ୍ଡ ପରେ ବିଲ୍ଡିଂରେ ୨-୩ ଟି ବିସ୍ଫୋରଣ ହୋଇଥିବା ଜଣାପଡିଛି, ଯେଉଁଥିପାଇଁ ୮୦ ପ୍ରତିଶତ ବିଲ୍ଡିଂ ଭୁଶୁଡ଼ି ପଡ଼ିଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ