Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗର୍ଭ‌ରେ ଥାଇ ବାଇସେପ୍ସ ଦେଖାଇଲା ଶିଶୁ; ଫଟୋ ସେୟାର କଲେ ମା’

ନୂଆଦିଲ୍ଲୀ: ଦୁଇଥର ଓସ୍କାର ବିଜେତା ଅଭିନେତ୍ରୀ ହିଲାରୀ ସ୍ବାଙ୍କ ଗର୍ଭବତୀ ଅଛନ୍ତି। ସେ ଖୁବ୍‌ ଶୀଘ୍ର ମାତୃତ୍ବ ସୁଖ ଲାଭ କରିବେ। ନିକଟରେ ସେ ତାଙ୍କ ଯାଆଁଳା ଶିଶୁଙ୍କ ଅଲଟ୍ରାସାଉଣ୍ଡର ଫଟୋ ସେୟାର କରିଥିଲେ। ଯାହା ପରେ ଇଣ୍ଟରନେଟରେ ଚର୍ଚ୍ଚାର କେନ୍ଦ୍ର ପାଲଟିଛନ୍ତି ହିଲାରୀ। ବାସ୍ତବରେ, ଏହି ଫଟୋରେ, ଗର୍ଭରେ ଥିବା ଏକ ଶିଶୁ ବାଇସେପ୍ସ ଦେଖାଉଥିବା ନଜର ଆସିଛି।

ରିପୋର୍ଟ ଅନୁଯାୟୀ, ୪୮ ବର୍ଷିୟା ହିଲାରୀ ଏପ୍ରିଲ ୧୬ ସୁଦ୍ଧା ତାଙ୍କ ଯାଆଁଳା ସନ୍ତାନକୁ ଜନ୍ମ ଦେଇ ପାରନ୍ତି। ହିଲାରୀ ତାଙ୍କ ପିଲାମାନଙ୍କୁ ନେଇ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରିଛନ୍ତି, ଯାହା ଏବେ ବେଶ୍‌ ଭାଇରାଲ ହେବାରେ ଲାଗିଛି।

ହିଲାରୀ ଇନଷ୍ଟାଗ୍ରାମରେ ଲେଖିଛନ୍ତି ଯେ, ବେବି ଏ କ୍ୟାମେରା ପାଇଁ ନିଜର ବାଇସେପ୍ସ ଦେଖାଉଛି। ଏହା ସହିତ ସେ ନିଜ ପିଲାଙ୍କୁ ‘ରିଅଲ୍ ମିଲିୟନ୍ ଡଲାର୍ ବେବି’ ବୋଲି କହିଛନ୍ତି। ଇନଷ୍ଟାଗ୍ରାମରେ ହିଲାରୀଙ୍କ ଏହି ପୋଷ୍ଟକୁ ୭୫ ହଜାରରୁ ଅଧିକ ଲୋକ ଲାଇକ୍‌ କରିସାରିଲେଣି।

୨୦୦୫ ମସିହାରେ, ହିଲାରୀଙ୍କ ଅଭିନୀତ ଫିଲ୍ମ ‘ମିଲିୟନ୍ ଡଲାର୍ ବେବି’ ପାଇଁ ସେ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ପାଇଥିଲେ।
ହିଲାରୀ ୨୦୧୮ରେ ବ୍ୟବସାୟୀ ଫିଲିପ୍ ସ୍ନାଇଡର୍‌ଙ୍କୁ ବିବାହ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ