Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅନ୍ତର୍ଜାତୀୟ କ୍ଷ୍ୟୁଦ୍ର ଶଷ୍ୟ ବର୍ଷ ୨୦୨୩ .. ଉପଲକ୍ଷେ. ମିଲେଟ୍ସ ମଦର କାର୍ଯ୍ୟକ୍ରମ

କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ର ରେଗଡା ପଞ୍ଚାୟତ ବିଜାପାଟି ଠାରେ ଗୁରୁବାର ଅନ୍ତର୍ଜାତୀୟ କ୍ଷୁଦ୍ର ଶଷ୍ୟ ବର୍ଷ୨୦୨୩ ପାଳନ ନିମନ୍ତେ ମିଲେଟ୍ସ ମଦର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ପରିଷଦ ସଭ୍ୟ ସୁରେଶ ଚୌଧୁରୀ, ସମ୍ମାନିତ ଅତିଥି ଭାବେ ମିଶନ ଶକ୍ତି ବିପିସି ବିପିନ ବାରିକ,ଗ୍ରାମ୍ୟ କୃଷି କର୍ମୀ ସନ୍ତୋସିନୀ ବରାହ,ମିଲେଟ୍ସ ମିଶନ ପ୍ରକଳ୍ପ କାର୍ଯ୍ୟକାରୀ ସଂଥା ଇଣ୍ଡୋ ଗ୍ଲୋବାଲ ସୋସିଆଲ ସର୍ଭିସ ଷୋସାଇଟି ର ବିପିସି ଜଗଦୀଶ ପ୍ରସାଦ ରଣା, ଏବିପିସି ପ୍ରଦୀପ କୁମାର ସାହୁ ,ରେଗଡା ଆଇସିଡିଏସ କର୍ମି ଉଦ୍ୟାନ ଭୋଇ, ଭୋଇରମୁଣ୍ଡା ଆଇସିଡିଏସ କର୍ମୀ ଝିଲି ସାହୁ,ଯୋଗିପଲା ଆଇସିଡିଏସ କର୍ମୀ ନେତ୍ରମଣି ବେହେରା ,ବିଜାପାଟି ଆଇସିଡିଏସ କର୍ମୀ ଗୀତାଞ୍ଜଳୀ ଝାଙ୍କର ପ୍ରମୁଖ ଯୋଗ ଦେଇ ଗର୍ଭବତୀ ଓ ପ୍ରସୂତି ମହିଳା କିଭଳି କ୍ଷୁଦ୍ର ଶଷ୍ୟ କୁ ଖାଦ୍ୟ ରୂପେ ଗ୍ରହଣ କରିବେ ଓ ଏହାର ଉପଦେୟତା ଉପରେ ଆଲୋଚନା କରିଥିଲେ। ଏଥିରେ ସିଆରପି ଜୀବର୍ଦ୍ଧନ ସାହୁ,ବାଲ୍ମୀକି ଛତ୍ରୀଆ,କମଳ କୁମାର ଓ କର୍ଲାମୁଣ୍ଡା କୃଷକ ସାଥି ଫାର୍ମର ପ୍ରଦଡୁଷ କମ୍ପାନୀ ଲିମିଟେଡ଼ ର ନିର୍ଦେଶକ ଗୌରୀ ଦୀପ, ଭୁପିନ୍ଦର ଚୌଧୁରୀ,ଓ ଅନ୍ୟାନ୍ୟ ସ୍ୱୟଂ ସହାୟକ ଗୋଷ୍ଠୀ ର ୬୦ ଜଣ ନେତ୍ରୀ ଯୋଗ ଦେଇଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ବିଜାପାଟି . ମା ସରସ୍ଵତୀ ସ୍ୱୟଂ ସହାୟକ ଗୋଷ୍ଠୀ ର କର୍ମକର୍ତ୍ତା ମାନେ ମାଣ୍ଡିଆ ରେ ପ୍ରସ୍ତୁତ ବିଭିନ୍ନ ରକମର ପିଠା ପଣା ତିଆରି କରି ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ