Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଏନଏସଡିର ନିର୍ଦ୍ଦେଶକ ଭାବେ ଦାୟିତ୍ଵ ଗ୍ରହଣ କଲେ ଓଡ଼ିଆ ପୁଅ ଚିତ୍ତରଞ୍ଜନ ତ୍ରିପାଠୀ

ନୂଆଦିଲ୍ଲୀ: ନ୍ୟାସନାଲ ସ୍କୁଲ ଅଫ ଡ୍ରାମା(ଏନଏସଡି)କୁ ମିଳିଛି ପୂର୍ଣ୍ଣକାଳୀନ ନିର୍ଦ୍ଦେଶକ। ଅଭିନେତା ତଥା ନିର୍ଦ୍ଦେଶକ ଚିତ୍ତରଞ୍ଜନ ତ୍ରିପାଠୀ ନୂତନ ନିର୍ଦ୍ଦେଶକ ଭାବେ ଶନିବାର ଦାୟିତ୍ୱ ଗ୍ରହଣ। ଏହି ପଦକୁ ସମ୍ଭାଳିବାରେ ସେ ପ୍ରଥମ ଓଡ଼ି। ଉଭୟ ବଲିଉଡ୍‌ ଓ ଓଲିଉଡରେ କାମ କରୁଥିବା ଚିତ୍ତରଞ୍ଜନ ତ୍ରିପାଠୀ ଜଣେ ଜଣାଶୁଣା ଅଭିନେତା, ନିର୍ଦ୍ଦେଶକ ତଥା ପ୍ରଯୋଜକ।

ଓଡ଼ିଶାର ଭଦ୍ରକ ଜିଲ୍ଲାର ଚାନ୍ଦବାଲି ନିବାସୀ ଚିତ୍ତରଞ୍ଜନ ହାଇଦ୍ରାବାଦ ବିଶ୍ଵ ବିଦ୍ୟାଳୟରୁ ସମାଜଶାସ୍ତ୍ରରେ ଏମଏର ଡିଗ୍ରୀ ପୂରା କରିବା ପରେ 1996ରେ ରାଷ୍ଟ୍ରୀୟ ନାଟ୍ୟ ବିଦ୍ୟାଳୟରୁ ଅଭିନୟରେ ଡିପ୍ଲୋମା କରିଥିଲେ। ସେ ନିର୍ଦ୍ଦେଶକର ଅଧ୍ୟୟନ ଲଣ୍ଡନ ସ୍ଥିତ ଗଗିଲ୍ଡଫୋର୍ଡ ସ୍କୁଲ ଅଫ କ୍ଟିଂରୁ କରିଥିଲେ।

୧୯୭୧ ମସିହାରେ ଭଦ୍ରକ ଜିଲ୍ଲା  ଚାନ୍ଦବାଲିରେ ଜନ୍ମିତ ଶ୍ରୀ ତ୍ରିପାଠୀ ଓଲିଉଡ  ଏବଂ ବଲିଉଡରେ କାମ କରୁଛନ୍ତି । ବଲିଉଡରେ  ଅଭିନୟ ସହ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି ।  ୨୦୦୭ରେ ଶ୍ରୀ ତ୍ରିପାଠୀ ଓଡ଼ିଆ ଚଳଚ୍ଚିତ୍ର  ଦୁନିଆରେ ପାଦ ରଖି ନିର୍ମାଣ କରିଥିଲେ ଓଡ଼ିଆ  ସିନେମା ‘ଧଉଳି ଏକ୍ସପ୍ରେସ୍‌’ । ଏହି ଚଳଚ୍ଚିତ୍ରଟି ୩ଟି  ବର୍ଗରେ ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର  ପାଇଥିଲା । ୨୦୦୯ରେ ସେ ଆଉ ଏକ ଚଳଚ୍ଚିତ୍ର  କରିଥିଲେ ‘ମୁଖ୍ୟମନ୍ତ୍ରୀ’ । ଏହାସହ ୫୦ରୁ  ଅଧିକ ମଞ୍ଚ ନାଟକ କରିବା ସହ ବିଭିନ୍ନ ନାଟକରେ  ୫୦୦ ସଙ୍ଗୀତର ସଂଯୋଜନା କରିଛନ୍ତି। 

୨୦୧୫ରେ ପ୍ରଥମ ଥର ପାଇଁ ଫିଲ୍ମ ‘ତେରା  ମେରା ତେଢ଼ା ମେଢ଼ା’ ମାଧ୍ୟମରେ ବଲିଉଡରେ  ନିର୍ଦ୍ଦେଶନା ଦେଇଥିଲେ । ହିନ୍ଦୀ ସିନେମା ‘ଦିଲ୍ଲୀ-୬’, ‘ଫାଣ୍ଟମ୍‌’,  ‘ଶାନ୍‌ଦାର୍‌’, ‘ପ୍ରମୋଦ ଗୁପ୍ତା ଜେ.ଇ.’, ‘ଶୁଭ  ମଙ୍ଗଳ ସାବଧାନ’, ‘ମୁକ୍କାବାଜ’, ‘କାନପୁରିୟା’,  ‘ଇନ୍ଦୁ କି ଜୱାନୀ’, ‘ଦଶ୍‌ବୀ’ ସହ ଟେଲି  ପରଦା, ଓଟିଟି ପାଇଁ ‘ଏମ୍‌.ଓ.ଏମ୍‌- ମିଶନ୍‌  ଓଭର ମାର୍ସ’, ‘ରକ୍ତାଞ୍ଚଳ’, ‘ରନ୍‌ୱେ ଲୁଗାଇ’,  ‘ଫର୍ଜି’, ସିକ୍ରେଟ୍ ଗେମରେ ପ୍ରମୁଖରେ ଅଭିନୟ କରିଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ