Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରେଗଡା ଆଦର୍ଶ ବିଦ୍ୟାଳୟ ରେ ମିଲେଟ୍ସ କୁଇଜ ପ୍ରତିଯୋଗିତା

କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଳକ ରେଗଡା ସ୍ଥିତ ଆଦର୍ଶ ବିଦ୍ୟାଳୟ ଠାରେ ଅନ୍ତର୍ଜାତୀୟ କ୍ଷ୍ୟୁଦ୍ର ଶଷ୍ୟ ୨୦୨୩ ପାଳନ ନିମନ୍ତେ ଛାତ୍ର ଛାତ୍ରୀ ମାନଙ୍କୁ ନେଇ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।ଏଥିରେ ୫୦ଜଣ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ଡୋଳେନ୍ଦ୍ର ସାହୁ (ପ୍ରଥମ ସ୍ଥାନ)ସିନ୍ଧୁ ସୂତା ଭୋଇ( ଦ୍ଵିତୀୟ ସ୍ଥାନ)
ଆୟୁଷ ରଞ୍ଜନ ଦାଶ ଓ ଦୀପ୍ତିମୟୀ ରଣା ଉଭୟେ (ତୃତୀୟ ସ୍ଥାନ )ଅଧିକାର କରିଥିଲେ।ଏହି ଅବସରରେ ଆଦର୍ଶ ବିଦ୍ୟାଳୟ ର ଅଧ୍ୟକ୍ଷ ପ୍ରଜ୍ଞା ଦୀପ୍ତ ରଥ, ବିଜ୍ଞାନ ଶିକ୍ଷକ ଆଶିଷ ଭୋଇ ଓଡିଶା ମିଲେଟ୍ସ ମିଶନ କଳାହାଣ୍ଡି ଜିଲ୍ଲା କାର୍ଯ୍ୟକ୍ରମ ସଂଯୋଜକ ଜୀତୁ ନାୟକ,ଅତିରିକ୍ତ ଜିଲ୍ଲା କାର୍ଯ୍ୟକ୍ରମ ସଂଯୋଜକ ସୌମ୍ୟ ରଞ୍ଜନ ମିଶ୍ର, କର୍ଲାମୁଣ୍ଡା ବ୍ଳକ କାର୍ଯ୍ୟକ୍ରମ ସଂଯୋଜକ ଜଗଦୀଶ ପ୍ରସାଦ ରଣା, ଅତିରିକ୍ତ ବ୍ଳକ କାର୍ଯ୍ୟକ୍ରମ ସଂଯୋଜକ ପ୍ରଦୀପ କୁମାର ସାହୁ ପ୍ରମୁଖ ଯୋଗ ଦେଇ କୃତି ଛାତ୍ର ଛାତ୍ରୀ ମାନଙ୍କୁ ପ୍ରମାଣ ପତ୍ର ସହ ଟ୍ରଫି ପ୍ରଦାନ କରିଥିଲେ।ଅନ୍ୟ ସମସ୍ତ ପ୍ରତିଯୋଗି ମାନଙ୍କୁ ମଧ୍ୟ ପ୍ରମାଣ ପତ୍ର ଦିଆଯାଇଥିଲା। କାର୍ଯ୍ୟକ୍ରମ ଟି କୁ ଓଡିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ସହାୟତା କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ