Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭୂକମ୍ପ ଝଟକାରେ ଦୋହଲିଲା ଆଫଗାନିସ୍ତାନ , ୨୦୦୦ ଲୋକଙ୍କ ମୃତ୍ୟୁ; ଭୁଶୁଡ଼ିଲା କୋଠା

ନୂଆଦିଲ୍ଲୀ: ଆଫଗାନିସ୍ତାନ ଶନିବାର ଭୂକମ୍ପ ଝଟକାରେ ଦୋହଲି ଯାଇଛି। ଗୋଟିଏ ପରେ ଗୋଟିଏ ଲଗାତାର ୫ ଝଟକା ଅନେକ କୋଠା ମାଟିରେ ମିଶି ଯାଇଛି। ଭୂକମ୍ପ ତାଣ୍ଡବରେ ୨୦୦୦ ଲୋକଙ୍କ ପ୍ରାଣହାନୀ ଘଟିଛି। ଏହା ଆଫଗାନିସ୍ତାନରେ ଗତ ଚାରି ଦଶନ୍ଧିରେ ସବୁଠୁ ବଡ଼ ପ୍ରାକୃତିକ ବିପର‌୍ୟ୍ୟୟ କୁହାଯାଉଛି। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୬.୩ ପ୍ରତିଶତ ରହିଛି। ମୃତକଙ୍କ ସଂଖ୍ୟା ଆହୁରି ବଢିପାରେ ବୋଲି କୁହାଯାଉଛି। ୟୁଏସଜିଏସ ଅନୁଯାୟୀ, ଭୂକମ୍ପର କେନ୍ଦ୍ରସ୍ଥଳ ଆଫଗାନିସ୍ତାନର ସବୁଠୁ ବଡ଼ ସହର ହେରାତରୁ ୪୦ କିଲୋମିଟର ଉତ୍ତର ଦକ୍ଷିଣରେ ରହିଛି। ତାଲିବାନ ସାହାଯ୍ୟ ପାଇଁ ଦୁନିଆକୁ ଅପଲ୍ କରିଛି।

ଭୂକମ୍ପ ଝଟକା ଅନୁଭୂତ ହେବା ପରେ ଲୋକେ ନିଜ ଘର ଓ ଦୋକାନ ଛାଡ଼ି ବାହାରକୁ ଦୌଡ଼ିବାରେ ଲାଗିଥିଲେ। ସାମାଜିକ ଗଣମାଧ୍ୟମରେ ଏହି ଧ୍ଵଂସର ବିଡିଓ ଭାଇରାଲ୍ ହେବାରେ ଲାଗିଛି। ହେରାତ ସହରର ବାସିନ୍ଦା ବଶିର କହିଛନ୍ତି ଯେ, ଆମେ ସମସ୍ତେ ସେହି ସମୟରେ ଅଫିସରେ ଥିଲୁ। ଅଚାନକ କୋଠା ଦୋହଲିବାରେ ଲାଗିଥିଲା। ଭୂକମ୍ପର ତୀବ୍ରତା ଏତେ ଜୋର ଥିଲା ଯେ, କାନ୍ଥରୁ ପ୍ଲାଷ୍ଟର ଖସିବାରେ ଲାଗିଥିଲା ଏବଂ ଫାଟ ସୃଷ୍ଟି ହୋଇଥିଲା। କୋଠାର କିଛି ଅଂଶ ଭୁଶୁଡ଼ି ପଡ଼ିଥିବା ସେ କହିଛନ୍ତି।

ଆଫଗାନିସ୍ତାନର ଜାତୀୟ ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ ପ୍ରାଧୀକରଣର ମୁଖପାତ୍ର କହିଛନ୍ତି ଯେ, ଗ୍ରାମାଞ୍ଚଳ ଓ ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନର ଘଟିଛି। ଏଥିରେ ଅନେକ ମୃତାହର ହେବାର ଆଶଙ୍କା ରହିଛି। ଏବେ ଯାଏ ସ୍ପଷ୍ଟ ସୂଚନା ମିଳିପାରି ନାହିଁ। ଉଲ୍ଲେଖନୀୟ ହେରାତକୁ ଆଫଗାନିସ୍ତାନର ସାଂସ୍କୃତିକ ରାଜଧାନୀ କୁହାଯାଏ। ଏଠାରେ ପାଖାପାଖି ୧୯ ଲକ୍ଷ ବସବାସ କରନ୍ତି। ଗତ ବର୍ଷ ଜୁନରେ ହୋଇଥିବା ଭୂକମ୍ପରେ ଅତି କମରେ ୧୦୦୦ ଲୋକଙ୍କ ମୃତ୍ୟୁ ଘଟିଥିଲା।

More Stories