Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାଜଧାନୀରେ ପୋଷ୍ଟର ୱାର୍‌; କାଲି ମୋଦୀ ଆଜି କେଜ୍ରିୱାଲ

ନୂଆଦିଲ୍ଲୀ: ଗତକାଲି ରାଜଧାନୀ ଦିଲ୍ଲୀରେ ପିଏମ୍‌ ମୋଦୀଙ୍କ ବିରୋଧରେ ଆପତ୍ତିଜନକ ପୋଷ୍ଟର ଲଗାଯିବା ଘଟଣାରେ ୧୦୦ ଜଣଙ୍କ ନାଁରେ ମାମଲା ରୁଜୁ ହେବା ସହ ୬ ଜଣଙ୍କୁ ଗିରଫ କରାଯାଇଥିଲା। ଏହା ପଛରେ ଆପ୍‌ ସମର୍ଥକ ସାମିଲ ଥିବା ନେଇ ସନ୍ଦେହ କରୁଥିଲା ବିଜେପି। ଆଜି ପୁଣି ଏହାର ପୁନରାବୃତ୍ତି ଦେଖିବାକୁ ମିଳିଛି।

ତେବେ ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବିରୋଧରେ ଆପତ୍ତିଜନକ ପୋଷ୍ଟର ଲଗାଯାଇଛି। ପୋଷ୍ଟରରେ ଲେଖାଯାଇଛି “କେଜ୍ରିୱାଲ ହାଟାଓ, ଦିଲ୍ଲୀ ବାଚାଓ”। ଏଭଳି ଅନେକ ପୋଷ୍ଟର ଲଗାଯାଇଛି। ଖବର ଅନୁଯାୟୀ, ବୁଧବାର ଦିନ ଆପ୍‌ ସମର୍ଥକଙ୍କ ଦ୍ବାରା ଲଗାଯାଇଥିବା “ମୋଦୀ ବିରୋଧୀ” ପୋଷ୍ଟରର ଜବାବ ଦେଇଛି ବିଜେପି।

ଏଭଳି ଅପମାନଜନକ ପୋଷ୍ଟର ଲାଗିବା ଦିଲ୍ଲୀ ରାଜନୀତିକୁ ସରଗରମ କରିଛି। ଦିଲ୍ଲୀ ମଣ୍ଡି ହାଉସ ନିକଟରେ ଥିବା ପୋଷ୍ଟରରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀଙ୍କ ଫଟୋ ରହିଛି। ପୋଷ୍ଟରରେ ଆମ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍‌ରିୱାଲଙ୍କୁ ଅସାଧୁ, ଲାଞ୍ଚୁଆ ଏବଂ ଏକଛତ୍ରବାଦୀ ଶାସକ ବୋଲି ମଧ୍ୟ ଦର୍ଶାଯାଇଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ