Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରିଷିଗାଁ କ୍ଲଷ୍ଟର ପକ୍ଷରୁ ସୁରଭି ୨୦୨୩ ଓ ଓଡ଼ିଶା ମିଲେଟସ୍ ପ୍ରତିଯୋଗୀତା କାର୍ଯ୍ୟକ୍ରମ ଅନୁଷ୍ଠିତ

କଳାହାଣ୍ଡି, ୧୧/୧୦ (ଜଗନ୍ନାଥ ନାଏକ) : କଳାହାଣ୍ଡି
ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ରିଶୀଗାଁ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ (ସି.ଆର.ସି.ସି) ବୈକୁଣ୍ଠ ବେମାଲଙ୍କ ନେତୃତ୍ୱରେ। ରିଷିଗାଁ କ୍ଲଷ୍ଟର ଅଧିନରେ ଥିବା ନାରେଙ୍ଗ ଖୋଳା ଗ୍ରାମ ସରକାରୀ ପ୍ରାଥମିକ ବିଦ୍ୟାଳୟ ଠାରେ ରିସିଗାଁ କ୍ଳଷ୍ଟର ପକ୍ଷରୁ (ମଙ୍ଗଳବାର)ସୁରଭି ଓ ଓଡ଼ିଶା ମିଲେଟସ୍ ପାତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଗୋଷ୍ଟି ଶିକ୍ଷା ଅଧିକାରୀ ହୃଷିକେଶ ନାଏକ, ସମ୍ମାନୀତ ଅତିଥି ଯୁବ ସାମ୍ୱାଦିକ Focus On Nation News କଳାହାଣ୍ଡି ପ୍ରତିନିଧି ତୁଳମଣି ନାଗ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ବିଶ୍ବମ୍ବର ଶବର ମଞ୍ଚାସୀନ ହୋଇଥିଲେ। ଏଥିରେ ଓଡ଼ିଶା ମିଲେଟସ୍ ପ୍ରତିଯୋଗୀତା ରଖିଥିବା ବେଳେ ନାଚ ,ଗୀତ ବିଭିନ୍ନ ପ୍ରତିଯୋଗୀତା କରା ଯାଇ । ଅତିଥି ମାନଙ୍କ ଦ୍ବାରା ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ଦିଆଥିଲା। ଉକ୍ତ କାର୍ଯ୍ୟକ୍ରମରେ ସମସ୍ତ ଶିକ୍ଷକ/ଶିକ୍ଷୟତ୍ରୀ ସହଯୋଗ କରିଥିବା ବେଳେ ବହୁ ସଂଖ୍ୟରେ ଛାତ୍ର ଛାତ୍ରୀ ଓ ଅଭିଭାବକ ସହ ଦର୍ଶକ ପ୍ରମୁଖ ଉପସ୍ଥିତ ଥିଲେ। ନାରେଙ୍ଗ ଖୋଳା ପ୍ରାଥମିକ ବିଦ୍ୟାଳୟ ପ୍ରଧାନଶିକ୍ଷୟିତ୍ରୀ ବିଷ୍ଣୁପ୍ରିୟା ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ