Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଉ ୫ ଦିନ ଉପକୂଳ ଓଡ଼ିଶାରେ ଅସହ୍ୟ ତାତି

ଯେଉଁ ସମୟରେ ଶୀତ ଓଡ଼ିଶା ଛୁଇଁବା କଥା ‌ସେତେବେଳେ ଉପକୂଳରୁ ଉପାନ୍ତ, ସବୁଠି ଭୟଙ୍କର ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଲଗାତାର ୫ ଦିନ ହେଲା ବର୍ଷାର ଦେଖାନାହିଁ। ଆକାଶ ବି ମେଘମୁକ୍ତ। ଉତ୍ତରା ପବନ ହେଉ ନ ଥିବାରୁ ଦିନର ତାପମାତ୍ରା ୩୬ ଡିଗ୍ରି ରହୁଥିଲେ ମଧ୍ୟ ୪୩ ଡିଗ୍ରି ପରି ଅନୁଭୂତ ହେଉଛି। ସୂର୍ଯ୍ୟଙ୍କ ପ୍ରଚଣ୍ଡ କିରଣ ସାଙ୍ଗକୁ ଆର୍ଦ୍ରତା ଅଧିକ ରହୁଥିବାରୁ ସକାଳ ୧୦ଟାରେ ଘରୁ ପଦାକୁ ବାହାରିବା ସମୟରେ ଲୋକଙ୍କୁ ଦୁଇ ଥର ଚିନ୍ତା କରିବାକୁ ପଡ଼ୁଛି। ମଧ୍ୟାହ୍ନ ସମୟରେ ଭୁବନେଶ୍ବର, କଟକ, ପାରାଦୀପ, ଗୋପାଳପୁର ପରି ଉପକୂଳ ଓଡ଼ିଶାର ସହର ଅବସ୍ଥା ନ କହିବା ଭଲ।

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ ଆହୁରି ଚିନ୍ତା ବଢ଼ାଇଛି। ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଓଡ଼ିଶାର ପାଗ ଶୁଖିଲା ରହିବ। କୌଣସି ସ୍ଥାନରେ ବର୍ଷା କିମ୍ବା ପବନ ହେବାର ସମ୍ଭାବନା ଆଦୌ ନାହିଁ। ଅଧିକାଂଶ ସହରର ତାପମାତ୍ରା ସ୍ବାଭାବିକଠାରୁ ୩ରୁ ୪ ଡିଗ୍ରି ଅଧିକ ରହିବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ