Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପାକିସ୍ତାନ ବିପକ୍ଷ ମ୍ୟାଚ୍ ପୂର୍ବରୁ ଗୁଡ୍ ନ୍ୟୁଜ୍, ଅହମ୍ମଦାବାଦ ପହଞ୍ଚିଲେ ଗିଲ୍; କଣ ଚୂଡାନ୍ତ ଏକାଦଶରେ ମିଳିବ ସ୍ଥାନ ?

ଅହମ୍ମଦାବାଦ: ଭାରତ ଓ ପାକିସ୍ତାନ ମଧ୍ୟରେ ଶନିବାର ଅହମ୍ମଦାବାଦରେ ମ୍ୟାଚ୍ ଖେଳାଯିବ। ବିଶ୍ଵକପ୍ ୨୦୨୩ର ଏହି ମୁକାବିଲାରେ ପ୍ରଶଂସକ ଚାତକ ପରି ଚାହିଁ ରହିଛନ୍ତି। ଏହା ମଧ୍ୟରେ ଭାରତୀୟ ଦଳ ଏବଂ ପ୍ରଶଂସକଙ୍କ ପାଇଁ ଆସିଛି ଆଶ୍ଵସ୍ତିକର ଖବର। ପାକିସ୍ତାନ ବିପକ୍ଷ ମ୍ୟାଚରେ ଶୁଭମନ ଗିଲ୍ ଖେଳି ପାରନ୍ତି। ଗିଲ୍ ଡେଙ୍ଗୁରେ ପୀଡ଼ିତ ହେବା କାରଣରୁ ପ୍ରଥମ ଦୁଇଟି ମ୍ୟାଚ୍ ଖେଳି ପାରିନଥିଲେ। ତେବେ ଖବର ଅନୁଯାୟୀ, ଗିଲ୍ ଅହମ୍ମଦାବାଦ ପହଞ୍ଚି ଯାଇଛନ୍ତି ଏବଂ ଶୀଘ୍ର ଅଭ୍ୟାସ୍ ଆରମ୍ଭ କରି ପାରନ୍ତି। କିନ୍ତୁ ଏହାକୁ ନେଇ ଅଦ୍ୟାବଧି କୌଣସି ଆନୁଷ୍ଠାନିକ ସୂଚନା ଦିଆଯାଇ ନାହିଁ।

ଇଣ୍ଡିଆ ଡଟ୍ କମର ଏକ ଖବର ଅନୁଯାୟୀ, ଶୁଭମନ ଗିଲ୍ ଅହମ୍ମଦାବାଦ ପହଞ୍ଚି ଯାଇଛନ୍ତି ଏବଂ ଶୀଘ୍ର ସେ ଅଭ୍ୟାସ୍ ଆରମ୍ଭ କରି ପାରନ୍ତି। ଡେଙ୍ଗୁ ଯୋଗୁଁ ଗିଲଙ୍କ ପ୍ଲେଟଲେଟ୍ କମି ଯାଇଥିଲା। ଏହି କାରଣରୁ ସେ ଭାରତୀୟ ଦଳ ସହ ଦିଲ୍ଲୀ ଆସି ପାରିନ ଥିଲେ। ଏବେ ଦିଲ୍ଲୀ ଚେନ୍ନାଇରୁ ସିଧାସଳଖ ଅହମ୍ମଦାବାଦ ପହଞ୍ଚିଛନ୍ତି। ଦିଲ୍ଲୀରେ ଆଫଗାନିସ୍ତାନ ବିପକ୍ଷ ମୁକାବିଲାକୁ ଭାରତ ୮ ଓ୍ଵିକେଟରେ ଜିତି ନେଇଛି। ଏବେ ପାକିସ୍ତାନ ବିପକ୍ଷରେ ବହୁ ପ୍ରତୀକ୍ଷିତ ମୁକାବିଲା ଖେଳାଯିବ। ଗିଲ୍ ଏହି ମହାମୁକାବିଲାରେ ଦଳକୁ ପ୍ରତ୍ୟାବର୍ତ୍ତନ କରି ପାରନ୍ତି। ସେ ଅଷ୍ଟ୍ରେଲିଆ ଓ ଆଫଗାନିସ୍ତାନ ବିପକ୍ଷ ମୁକାବିଲା ଖେଳି ପାରି ନ ଥିଲେ। ଯଦିଓ ସେ ଅହମ୍ମଦାବାଦ ପହଞ୍ଚି ସାରିଛନ୍ତି, କିନ୍ତୁ ଚୂଡ଼ାନ୍ତ ଏକାଦଶରେ ସାମିଲ୍ ହେବା ମୁସ୍କିଲ ଲାଗୁଛି।

ଡେଙ୍ଗୁରେ ସଂପୂର୍ଣ୍ଣ ସୁସ୍ଥ ହେବା ପାଇଁ ଅଧିକ ସମୟ ଲାଗିଥାଏ। ବିଶ୍ଵକପ୍ ଏବେ ଆହୁରି ଏକ ମାସରୁ ଅଧିକ ସମୟ ଖେଳାଯିବ। ଏମିତିରେ ଦଳ ପ୍ରବନ୍ଧକ କୌଣସି ରିସ୍କ ଉଠାଇବାକୁ ଚାହୁଁ ନାହାନ୍ତି। ଭାରତ ଗିଲଙ୍କ ଅନୁପସ୍ଥିତିରେ ଏ ପର୍ଯ୍ୟନ୍ତ ଖେଳିଥିବା ଦୁଇଟି ମ୍ୟାଚ୍ ଜିତିଛି। ଅହମ୍ମଦାବାଦ ଷ୍ଟାଡିୟମରେ ଗିଲଙ୍କ ଅଦ୍ଭୁତପୂର୍ବ ରେକର୍ଡ ଥିଲେ ମଧ୍ୟ ଦଳ ପ୍ରବନ୍ଧକ ତାଙ୍କୁ ତେବେ ସୁଯୋଗ ଦେବେ ଯେବେ ସେ ସଂପୂର୍ଣ୍ଣ ଫିଟ୍ ହେବେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ