Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ସହାୟତା ବଣ୍ଟନ ଶିବିର

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ. ନୂଆଗାଁ ବ୍ଲକ ସାରଙ୍ଗଗଡ ସ୍ଥିତ ରମା ଆଳୟ କଲ୍ୟାଣ ମଣ୍ଡପ ପରିସରରେ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ କନ୍ଧମାଳ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ବାଲିଗୁଡା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଚାରି ଗୋଟି ବ୍ଲକ ଓ ବାଲିଗୁଡା ବିଜ୍ଞାପିତ ଅଞ୍ଚଳର ନିର୍ମାଣ ଶ୍ରମିକଙ୍କୁ ସହାୟତା ରାଶି ବଣ୍ଟନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥ‌ିରେ ବାଲିଗୁଜା ବିଧାୟକ ଚକ୍ରମଣି କହଁର, ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନିର୍ମାଣ ଶ୍ରମିକଙ୍କୁ ବିଭିନ୍ନ ସହାୟତା ରାଶି ପ୍ରଦାନ କରିଥିଲେ | ସନମ୍ମାନିତ ଅତିଥ୍ ଭାବେ କନ୍ଧମାଳ ସାଂସଦଙ୍କ ପ୍ରତିନିଧୂ ସହଦେବ ପାତ୍ର, କ. ନୂଆଗାଁ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସୁଲୋଚନା ଦଳବେହେରା ପ୍ରମୁଖ ଉପସ୍ଥିତ ଥିଲେ ଏଥିସହିତ କନ୍ଧମାଳ ଜିଲ୍ଲାର ବିଭିନ୍ନ ଟ୍ରେଡ଼ ୟୁନିଅନ କର୍ମକର୍ତା ମାନେ ଉପସ୍ଥିତ ଥିଲେ | ସହକାରୀ ଶ୍ରମ ଅଧିକାରୀ ବିଶ୍ବ ରଞ୍ଜନ କହଁର କାର୍ଯକ୍ରମକୁ ସଂଚାଳନ କରିଥିଲେ ଏବଂ ଶ୍ରମ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ | ବ୍ଲକ ସ୍ତରୀୟ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ସହାୟତା ବଣ୍ଟନ ଶିବିରରେ ୨୬୯ ଜଣ ନିର୍ମାଣ ଶ୍ରମିକ ଏବଂ ଅଣସଂଗଠିତ ଶ୍ରମିକଙ୍କୁ ୧,୦୭, ୧୦,୦୦୦ ଟଙ୍କା ସହାୟତା ରାଶି ପ୍ରଦାନ କରାଯାଇଛି | ସେଥିମଧ୍ୟରୁ ୧୨୩ ଜଣ ହିତାଧିକାରୀଙ୍କୁ ନିଜ ପିଲାଙ୍କ ଶିକ୍ଷା ସହାୟତା ବାବଦକୁ ୭,୨୦,୦୦୦ ଟଙ୍କା, ୬୧ ଜଣ ହିତାଧିକାରୀଙ୍କୁ ବିବାହ ସହାୟତା ବାବଦକୁ ୩୦,୫୦,୦୦୦ ଟଙ୍କା, ୨୩ ହିତାଧିକାରୀଙ୍କୁ ପ୍ରସ୍ତୁତି କାଳୀନ ସହାୟତା ବାବଦକୁ ୨,୩୦,୦୦୦ ଟଙ୍କା, ୨୮ ଜଣ ନିର୍ମାଣ ଶ୍ରମିକ କାର୍ଡ ଧାରୀଙ୍କ ପରିବାର ବର୍ଗଙ୍କୁ ମୃତ୍ୟୁ କାଳୀନ ସହାୟତା ବାବଦକୁ ୫୪,୦୦,୦୦୦ ଟଙ୍କା ଏବଂ ୨୨ ଜଣ ପରିବାର ବର୍ଗଙ୍କୁ ଅନ୍ତେଷ୍ଟିକ୍ରିୟା ସହାୟତା ବାବଦକୁ ୧,୧୦,୦୦୦ ଟଙ୍କା ସହାୟତା ପ୍ରଦାନ କରାଯିବା ସହିତ ୧୨ ଜଣ ଅଣସଂଗଠିତ ଶ୍ରମିକ କାର୍ଡ ଧାରୀଙ୍କ ପରିବାର ବର୍ଗଙ୍କୁ ମୃତ୍ୟୁ କାଳୀନ ସହାୟତା ବାବଦକୁ ୧୨,୦୦,୦୦୦ ଟଙ୍କା ପ୍ରଦାନ କରଯାଇଛି | ଏହା ସହିତ ୧୦୦ ଜଣ ନିର୍ମାଣ ଶ୍ରମିକଙ୍କୁ ନୂତନ କାର୍ଡ ପ୍ରଦାନ କରାଯିବା ସହିତ ୫୦ ଜଣ ଅଣସଂଗଠିତ ଶ୍ରମିକଙ୍କୁ ନୂତନ କାର୍ଡ ପ୍ରଦାନ କରଯାଇଛି । ଜିଲ୍ଲା ଶ୍ରମ ଅଧିକାରୀ ତେଜ କୁମାର ବାଗେଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ସମସ୍ତ କାର୍ଯ୍ୟ ସମ୍ପାଦନ ହୋଇଥିଲା |