Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନୂତନ ରାଜସ୍ୱ ଗ୍ରାମ ପାଇଁ ବଡ଼ ପୋଡ଼ାଗୁଡା ପଞ୍ଚାୟତ ର ୪ ଗ୍ରାମ ସାମିଲ, ଗ୍ରାମସଭା କାର୍ଯ୍ୟକ୍ରମ ଅନୁଷ୍ଠିତ

କଳାହାଣ୍ଡି, ୧୨/୧୦ (ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଅନ୍ତର୍ଗତ କୋକସରା ତହସିଲ କାର୍ଯ୍ୟାଳୟ ଅଧୀନରେ ଥିବା ବଡ଼ ପୋଡ଼ାଗୁଡା ପଞ୍ଚାୟତ ର ତଲାଗାଁ, ବାବେକୋହରା ଭାଳିଆଯୋର ଓ ରଏନଗୁଡା ଗ୍ରାମକୁ ନୂତନ ରାଜସ୍ବ ଗ୍ରାମ ପାଇଁ ପୂର୍ବରୁ ଗ୍ରାମବାସୀ ମାନେ ଦାବି କରି ଆସୁଥିବା ବେଳେ ରାଜସ୍ୱ ବିଭାଗ ପକ୍ଷରୁ ଏହି ଚାରିଟି ଗ୍ରାମ କୁ ରାଜସ୍ବ ଗ୍ରାମ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଏନେଇ ଗୁରୁବାର ବଡ଼ ପୋଡ଼ାଗୁଡା ପଞ୍ଚାୟତ ବିଜୁ ଏକ୍ସପ୍ରେସ ୱେ ରାସ୍ତା କଡ଼ ରେ ଥିବା ପଡ଼ିଆ ରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ୪ ଗ୍ରାମ ର ଶତାଧିକ ମହିଳା, ପୁରୁଷ ମାନେ ବାଜାଗଜା ବଜାଇ ତହସିଲଦାର ଙ୍କୁ ପାଛୋଟି ନେଇଥିଲେ।
ସରପଞ୍ଚ ଯମୁନା ନାଏକ ଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥି ଭାବେ କୋକସରା ତହସିଲଦାର ଦେବବ୍ରତ କରାଟି ରାଜସ୍ୱ ପରିଦର୍ଶକ ଅଜୟ ସିରକା, ଆମପାଣି ରାଜସ୍ୱ ନିରୀକ୍ଷକ ବୈଷ୍ଣବ ଗୁରୁ,ଶରତ ଚନ୍ଦ୍ର ଶଗଡ଼ିଆ,ରାଜସ୍ୱ କର୍ମଚାରୀ ଶୁଭେନ୍ଦୁ ରାଉତ,ପୂର୍ବତନ ସରପଞ୍ଚ ରାମକୃଷ୍ଣ ମାଝୀ, ଗୋବର୍ଦ୍ଧନ ନାଏକ, ଧର୍ମାନନ୍ଦ ନାଏକ, ସମାଜସେବୀ ଜିତେନ୍ଦ୍ର ପଣ୍ଡା ପ୍ରମୁଖ ଉପସ୍ଥିତ ରହିଥିବା ବେଳେ ତହସିଲଦାର କରାଟି ତଲାଗାଁ ବାବେକୋହରା, ଭାଳିଆଯୋର ଓ ରଏନଗୁଡା କୁ ମୂଳ ପଞ୍ଚାୟତ ରୁ ଅଲଗା ହୋଇ ନୂତନ ରାଜସ୍ୱ ଗ୍ରାମ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିବା ନେଇ ସୂଚନା ଦେଇଛନ୍ତି। ଏହି ଅବସର ରେ ୪ ଗ୍ରାମ ର ଜନସାଧାରଣ ଉପସ୍ଥିତ ରହିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ