ବିଜେପି ମୋଟେର ମଣ୍ଡଳ ସ୍ତରୀୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ।
କଳାହାଣ୍ଡି,୦୭/୧୧
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଡାଲଗୁମା ଧାନମଣ୍ଡି ଠାରେ ଭାରତୀୟ ଜନତା ପାର୍ଟି କୋକସରା ବ୍ଲକ ମୋଟେର ମଣ୍ଡଳ ପକ୍ଷରୁ ମଣ୍ଡଳ ସ୍ତରୀୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ଶନିବାର ଅନୁଷ୍ଠିତ ହୋଇଯାଇଛି।।ମୋଟେର ମଣ୍ଡଳ ସଭାପତି ଧର୍ମବ୍ରତ ପଣ୍ଡା ଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଉପ ସଭାପତି ଭବେନ୍ଦ୍ର ପଣ୍ଡା ଓ ମୁଖ୍ୟବକ୍ତା ଭାବେ ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ ଯୋଗଦେଇ ଦଳୀୟ କାର୍ଯ୍ୟକ୍ରମ ଓ ରାଜ୍ୟ ସରକାରଙ୍କ ଲୋକାଭିମୁଖୀ ଯୋଜନା କୁ ତୃଣମୂଳ ସ୍ତରରେ ସଙ୍ଗଠିତ କରିବା ଓ ଲୋକଙ୍କ ସମସ୍ୟା ସମ୍ପର୍କରେ ଦୂରଦୃଷ୍ଟି ରଖିବାକୁ ଦଳୀୟ କର୍ମକର୍ତ୍ତା ଙ୍କୁ କହିଥିଲେ।ସମ୍ମାନିତ ଅତିଥି ଭାବେ ଜିଲ୍ଲା ଆଦିବାସୀ ଜନଜାତି ମୋର୍ଚ୍ଚା ସଭାପତି ତ୍ରିନାଥ ଶବର,ଜିଲ୍ଲା ସମ୍ପାଦକ ହିମାଂଶୁ ପଣ୍ଡା, ମୋଟେର ମଣ୍ଡଳ ପ୍ରଭାରୀ ଅର୍ଜୁନ ଭାଟି, ରାଜ୍ୟ ଶିକ୍ଷା ପ୍ରକୋଷ୍ଠ ସଂଯୋଜକ,ପ୍ରକାଶ ମହାପାତ୍ର, ବୁଦ୍ଧିଜୀବୀ ପ୍ରକୋଷ୍ଠ ସଂଯୋଜକ ଚିତ୍ତରଞ୍ଜନ ଯୋଶୀ,ଜିଲ୍ଲା ସମ୍ପାଦକ ହେମନ୍ତ ମାଝୀ, ଶିକ୍ଷକ ପ୍ରକୋଷ୍ଠ ସଂଯୋଜକ ପ୍ରଦୀପ ପଣ୍ଡା,ମହିଳା ନେତ୍ରୀ କୁନ୍ତି ପାଳ,ଜିଲ୍ଲା ଆଇଟି ସେଲ ସଦସ୍ୟା ଜ୍ୟୋସ୍ନା ପାଳ ପ୍ରମୁଖ ମଞ୍ଚ ରେ ରହି ଦଳୀୟ କାର୍ଯ୍ୟକାରିଣୀ ଉପରେ ନିଜର ମତବ୍ୟକ୍ତ କରିଥିଲେ। କାର୍ଯ୍ୟକ୍ରମ ରେ ମୋଟେର ମଣ୍ଡଳ ର ଶତାଧିକ କର୍ମୀମାନେ ଉପସ୍ଥିତ ଥିଲେ।

