Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପୁଣି କନ୍ଧମାଳ ରୁ ଆସିଲା ବିଦ୍ୟାଳୟ ରେ ମଦ୍ୟପ ଶିକ୍ଷକ: ପରୀକ୍ଷା ଚାଲିଥିବା ବେଳେ ଶିକ୍ଷକ ଙ୍କ ମଦ୍ୟପାନ :

ବାଲିଗୁଡ଼ା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲାରେ ବିଚିତ୍ର ଶିକ୍ଷା ବ୍ୟବସ୍ଥା। ବିଦ୍ୟାଳୟ ସ୍ତରରେ ଛାତ୍ର ଛାତ୍ରୀ ମାନଙ୍କୁ କିଭଳି ଶିକ୍ଷା ଦାନ କରାଯିବ ଏଥି ନିମନ୍ତେ ଶିକ୍ଷକ ମାନଙ୍କୁ ବିଭିନ୍ନ ତାଲିମ ଦିଆଯାଇଥାଏ। କିନ୍ତୁ ସେହି ତାଲିମ ସତେ ଯେମିତି ଏକ ପ୍ରହସନ ପାଲଟି ଯାଇଛି। ଶିକ୍ଷକ ମାନେ ଛାତ୍ର ଛାତ୍ରୀ ମାନଙ୍କୁ କଣ ଶୃଙ୍ଖଳିତ କରିବେ ନିଜେ ବିଶୃଙ୍ଖଳିତ ହୋଇ ବିଦ୍ୟାଳୟକୁ ଆସିବା ଘଟଣା ଏବେ ଛାତ୍ର ଛାତ୍ରୀ ଓ ଅଭିଭାବକ ଙ୍କ ପାଇଁ ଚିନ୍ତା ର କାରଣ ପାଲଟିଛି।ବର୍ତ୍ତମାନ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟ ଗୁଡିକରେ ଅର୍ଦ୍ଧ ବାର୍ଷିକ ପରୀକ୍ଷା ଚାଲିଥିବା ବେଳେ ପ୍ରଧାନ ଶିକ୍ଷକ ମାନେ ମଦ୍ୟପାନ କରି ବିଦ୍ୟାଳୟ ଆସିବା ଘଟଣା ଏବେ ଶିକ୍ଷା ବିଭାଗର ସ୍ବଚ୍ଛତା ଉପରେ ପ୍ରଶ୍ନ ସୃଷ୍ଟି କାରିଛି। ଗୁରୁବାର ଟିକାବାଲି ବ୍ଲକ ରେ ଜଣେ ପ୍ରଧାନ ଶିକ୍ଷକ ମାତାଲ ଅବସ୍ଥାରେ ବିଦ୍ୟାଳୟ ଆସିଥିବା ବେଳେ ଉକ୍ତ ଶିକ୍ଷକଙ୍କୁ ବ୍ଲକ ଶିକ୍ଷାଧିକାରୀ ନିଲମ୍ବିତ କରିଥିବା ବେଳେ ବେଳେ ଶୁକ୍ରବାର ଦାରିଙ୍ଗବାଡି ବ୍ଲକ ତିଲୋରୀ ପାଞ୍ଚୟତ ପାଙ୍ଗାଲି ପ୍ରାଥମିକ ବିଦ୍ୟାଳୟ ର ସହକାରୀ ପ୍ରଧାନ ଶିକ୍ଷକ କପିଲ ପ୍ରଧାନ ମଧ୍ୟ ଶୁକ୍ରବାର ବିଦ୍ୟାଳୟ ରେ ପରୀକ୍ଷା ଚାଲିଥିବା ବେଳେ ମଦ୍ୟ ପାନ କରି ବିଦ୍ୟାଳୟକୁ ଆସିବା ଦେଖିବାକୁ ମିଳିଛି। ଏହି ବିଦ୍ୟାଳୟ ରେ ପ୍ରଥମ ଶ୍ରେଣୀ ରୁ ପଞ୍ଚମ ପର୍ଯ୍ୟନ୍ତ ଛାତ୍ର ଛାତ୍ରୀ ରହିଥିବା ବେଳେ ଜଣେ ସହକାରୀ ପ୍ରଧାନ ଶିକ୍ଷକ ଓ ଜଣେ ଶିକ୍ଷୟତ୍ରୀ ରହିଛନ୍ତି। ଶୁକ୍ରବାର ଦିନ ୧୨ଟା ସମୟ ରେ ସହକାରୀ ପ୍ରଧାନ ଶିକ୍ଷକ ବାହାରକୁ ଯାଇ ମଦ୍ୟପାନ କରି ବିଦ୍ୟାଳୟ କୁ ଆସିଥିବା ଦେଖିବାକୁ ମିଳିଥିଲା l ପରୀକ୍ଷା ଚାଲିଥିବା ବେଳେ ପ୍ରଧାନ ଶିକ୍ଷକ ମଦ୍ୟପାନ କରି ବିଦ୍ୟାଳୟକୁ ଆସିବା ଘଟଣା କୁ ଅଭିଭାବକ ମହଲରେ ଅସନ୍ତୋଷ ସୃଷ୍ଟି କରୁଛି। ଶିକ୍ଷକ ଜଣକ ଆଜି ନୁହେଁ ଅଧିକାଂଶ ଦିନ ଏଭଳି ମଦ୍ୟପାନ କରୁଥିବା କହିଛନ୍ତି। ପାଙ୍ଗାଲି ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ କପିଲ ପ୍ରଧାନ ମଦ୍ୟ ପାନ କରି ବିଦ୍ୟାଳୟ କୁ ଆସୁଥିବା ସଂପର୍କ ରେ ତିଲୋରୀ ପଞ୍ଚାୟତ ସିଆରସିସି ପ୍ରଦୀପ କୁମାର ମଲ୍ଲିକ କହିଛନ୍ତି ସେ ବିଦ୍ୟାଳୟ କୁ ମଦ୍ୟପାନ କରି ଆସୁଥିବା ଅଭିଭାବକ ମାନେ କୁହନ୍ତି ଏ ସଂପର୍କ ରେ ଶିକ୍ଷକଙ୍କୁ ତାଗିଦ ମଧ୍ଯ କରା ଯାଇଛି କିନ୍ତୁ ଶିକ୍ଷକ ଜଣକ ପରିବର୍ତ୍ତନ ହେଉନାହାନ୍ତି ଏ ସଂପର୍କ ରେ ବ୍ଲକ ଶିକ୍ଷାଧିକାରୀ ଙ୍କୁ ଜଣାଇ ଦିଆଯାଇଛି। ତେବେ ବିଦ୍ୟାଳୟ ରେ ପରୀକ୍ଷା ଚାଲିଥିବା ବେଳେ ପ୍ରଧାନ ଶିକ୍ଷକ ମଦ୍ୟପାନ କରି ଆସିଥିବାରୁ ଉଚ୍ଚ ଶିକ୍ଷାଧିକାରୀ ମାନେ କି ପଦକ୍ଷେପ ନେଉଛନ୍ତି ତାହା ଦେଖିବାକୁ ବାକି ରହିଲା।