Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବ୍ଲକ ସ୍ତରୀୟ ପଞ୍ଚାୟତ ପ୍ରତିନିଧି ମାନଙ୍କୁ ନେଇ ମିଲେଟ୍ସ ମିଶନ କର୍ମଶାଳା

କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଳକ ଆତ୍ମା କାର୍ଯଳୟ ଠାରେ ଇଣ୍ଡୋ ଗ୍ଲୋବାଲ ସୋସିଆଲ ସର୍ଭିସ ଷୋସାଇଟି ପକ୍ଷରୁ ଅନ୍ତର୍ଜାତୀୟ ମିଲେଟ୍ସ ବର୍ଷ ପାଳନ ନିମନ୍ତେ ବ୍ଲକ ସ୍ତରୀୟ ପଞ୍ଚାୟତ ପ୍ରତିନିଧି ଓ ବିଭିନ୍ନ ବିଭାଗର ଅଧିକାରୀ ମାନଙ୍କୁ ନେଇ ମିଲେଟ୍ସ ମିଶନ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି ।ଏହି ଅବସରରେ ମୁଖ୍ୟ ଅତିଥି ଭାବେ ବ୍ଳକ ଅଧକ୍ଷ୍ୟା କୁନି ସାହୁ,ସମ୍ମାନିତ ଅତିଥି ଭାବରେ ବ୍ଳକ ଉପାଧ୍ୟକ୍ଷ ସୁରେନ୍ଦ୍ର ଭୋଇ, ଓଡ଼ିଶା ମିଲେଟ୍ସ ମିଶନକଳାହାଣ୍ଡି ଜିଲ୍ଲା ଡିପିସି ଜୀତୁ ନାଏକ,ଏଡିପିସି ସୌମ୍ୟ ରଞ୍ଜନ ମିଶ୍ର, କର୍ଲାମୁଣ୍ଡା ଏ ଏ ଓ କୁମାର ଚିରଞ୍ଜିବି, ଜିଲ୍ଲା ପରିଷଦ ସଭ୍ୟ ସୁରେଶ ଚୌଧୁରୀ, ସରପଞ୍ଚ ସଂଘ ସଭାପତି ତଥା ସ. ମାଲପଡା ସରପଞ୍ଚ ବରୁଣ ଛତ୍ରୀଆ,ସମିତି ସଭ୍ୟ ଗୋଲାପ ଶଙ୍କର ସାହୁ,ରିଂଜା ସରପଞ୍ଚ ପଞ୍ଚାନନ ବାଗ,ରିଷିଡା ସରପଞ୍ଚ ସେବତୀ ରଣା, ତେରେସିଙ୍ଗା ପ୍ରମୋଦ ସୁନା,ରାଜପୁର ସରପଞ୍ଚ କୋଶଲ୍ୟ ରଣ, ମୃତ୍ତିକା ସରଖନ ବିଭାଗ ରୁ ବିଜୟ କୁମାର ମିଶ୍ର, ମିଶନ ଶକ୍ତି ବିପିସି ବିପିନ ବାରିକ,ଓ ଏଲ ଏମ ବିପିଏମ୍ ଲଳିତ ବିଶି, ଭାରପ୍ରାପ୍ତ ଜନ ସ୍ଵାସ୍ଥ୍ୟ ଅଧିକାରୀ କିଶୋର ଦାଶ୍, ବିପିସି ଜଗଦୀଶ ପ୍ରସାଦ ରଣା ,ଏଓ ଅରୁଣ ପାଢ଼ୀ, ଗ୍ରାମ କୃଷି କର୍ମୀ ସୁରଜ ଶେଖର ସାହୁ,ଲୋକ ନାଥ ନାଗ, ସନ୍ତୋସିନୀ ବରାହ,କର୍ଲାମୁଣ୍ଡା କୃଷକ ସାଥି ପ୍ରଡୁସର କମ୍ପାନୀ ଲିମିଟେଡ଼ ର ପରିଚାଳନା ନିର୍ଦେଶକ ତିରଞ୍ଜି ମେର୍ଲି,ନିର୍ଦେଶକ ଭୁପିନ୍ଦର ଚୌଧୁରୀ, ଯତୀନ୍ଦ୍ର ନାଥ ସାହୁ,ପ୍ରମୁଖ ଯୋଗ ଦେଇ ମିଲେଟ୍ସ ର ଉପାଦେୟତା ଓ ବିଶ୍ୱ ସ୍ତରରେ ଏହାର ଚାହିଦା ଉପରେ ଆଲୋଚନା କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଏଟିଏମ ଶ୍ୟାମ ପଦ ଭଞ୍ଜ, ଓଁମ ପ୍ରକାଶ ମିଶ୍ର,ମିଲନ କୁମାର ଗୋଛାୟତ ,ସିଅରସି ଜୀବର୍ଦ୍ଧନ ସାହୁ,ବାଲ୍ମୀକି ଛତ୍ରୀଆ,ଧୁରାବନବାଗ,କମଳ ସୁନା, ଭାନୁମତି ପ୍ରଧାନ, ଏବିପିସି ପ୍ରଦୀପ କୁମାର ସାହୁ ପ୍ରମୁଖ କାର୍ଯ୍ୟକ୍ରମ କୁ ଆୟୋଜନ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ