Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୫୦ ବର୍ଷ ରେ ପଦାର୍ପଣ କଲା କର୍ଲାମୁଣ୍ଡା ଦୁର୍ଗା ପୂଜା….

କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ସଦର ଦୁର୍ଗା ମଣ୍ଡପ ଠାରେ ଶନିବାର ଠୁଁ ସାର୍ବଜନୀନ ଦୁର୍ଗା ପୂଜା ନବରାତ୍ର ଆରମ୍ଭ ହୋଇଯାଇଛି।ମାଆ ଙ୍କ ଏହି ପୂଜା ଟି ଶନିବାର ଆରମ୍ଭ ହୋଇ ଆସନ୍ତା ୨୫ ତାରିଖରେ ଭଷାଣି ଯାତ୍ରା ଥିବା ଜଣା ପଡ଼ିଛି।ଏଥିରେ ମୁଖ୍ୟ ପୂଜକ ଭାବେ ପଣ୍ଡିତ ନୃସିଂହ ଚରଣ ଦାଶ୍ ରହିଥିବା ବେଳେ ଯଜ୍ଞ କର୍ତ୍ତା ସତ୍ୟନାରାୟଣ ସାହୁ ତାଙ୍କ ପତ୍ନୀ ସୈରେନ୍ଦ୍ରୀ ସାହୁ ରହିଛନ୍ତି।ପୂଜା ର ସୁପରିଚାଳନା ପାଇଁ ପୂଜା କମିଟି ର ସଭାପତି ଭାବେ ଦେବେନ୍ଦ୍ର ସାହୁ,ସମ୍ପାଦକ ଚନ୍ଦ୍ରଭାନୁ ସାହୁ,
କୋଷାଧ୍ୟକ୍ଷ ହେମ ସାଗର ସାହୁ, ଓ ଉପଦେଷ୍ଟା ଭାବେ ଶେଷ ଦେବ ସାହୁ ,ହରିଶଙ୍କର ସାହୁ, ଭବାନୀ ଶଙ୍କର ସାହୁ,କୁଞ୍ଜ ସାହୁ, କାହ୍ନୁ ଚରଣ ସାହୁ,ପିଣ୍ଟୁ ସାହୁ,ବିକ୍ରମ ମାଝୀ,ଆକାଶ ସାହୁ,ସୁନାଧର ସାହୁ, ଡୋଲାମଣୀ ଭୋଇ,ଚୂଳ ସାହୁ,ଦେବରାଜ ଭୋଇ ,ବ୍ରଜ ଭୋଇ, ଜଗଦୀଶ ଭୋଇ,ରହିଥିବା ପୂଜା କମିଟି ସଭ୍ୟ କୁଞ୍ଜ ସାହୁ ସୂଚନା ଦେଇଛନ୍ତି ।ତେବେ ଚଳିତ ବର୍ଷ ଏହି ଦୁର୍ଗା ପୂଜା କମିଟି ପକ୍ଷରୁ ପାରାୟଣ ସହିତ କଂସ ଦରବାର ଓ ମିନା ବଜାର ମୁଖ୍ୟ ଆକର୍ଷଣ ହେବାକୁ ଥିବା ଜଣାପଡିଛି। ବ୍ଲକ ସଦରରେ ଚଳିତ ବର୍ଷ ଦୁଇ ଟି ସ୍ଥାନ ରେ ଦୁର୍ଗା ପୂଜା ହେଉଥିବାରୁ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପୋଲିସ ପାଇଁ ଚିନ୍ତାର କାରଣ ପାଲଟିଛି

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ