Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ଫିରିଙ୍ଗିଆ ଠାରେ ନୁତନ ସଦସ୍ୟ ଙ୍କୁ ସ୍ବାଗତ

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବସଷ୍ଟାଣ୍ଡ ମୋଟର ଚାଳକ ସଂଘ ସଭା ଗୃହ ଠାରେ ଉତ୍କଳ ସାମ୍ବାଦିକ ସଂଘ କନ୍ଧମାଳ ଜିଲ୍ଲା ପକ୍ଷରୁ ନୁତନ ସଦସ୍ୟ ଙ୍କୁ ସ୍ଵାଗତ ଓ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସଂଘର ଜିଲ୍ଲା ସହ ସମ୍ପାଦକ ସୁଧାଂଶୁ କୁମାର କହଁର ଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସଂଘ ର ଜିଲ୍ଲା ସଭାପତି ସନ୍ତୋଷ କୁମାର ଦାଶ, ବରିଷ୍ଠ ସାମ୍ବାଦିକ ତଥା ଉତ୍କଳ ସାମ୍ବାଦିକ ସଂଘ ର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଫିଲିମନ ନାଏକ, ଭିଭି ଶଙ୍କର, ସାମ୍ବାଦିକ ମନୋରଞ୍ଜନ ରାୟ , ବଳଦେବ ବେହେରା, ,ପାର୍ଥ ସାରଥୀ ବିଶ୍ବାଳ ପ୍ରମୁଖ ଯୋଗଦେଇ ସଂଘର ନୀତି ଆଦର୍ଶ ସମ୍ପର୍କ ରେ ମାର୍ଗ ଦର୍ଶନ କରିଥିଲେ। ଏହା ସହ ସାମ୍ବାଦିକଙ୍କ ୫ଦଫା ଦାବୀ ମଧ୍ୟରେ ରାଜ୍ୟ ସରକାରଙ୍କ ଗୋପବନ୍ଧୁ ସାମ୍ବାଦିକ ସ୍ଵାସ୍ଥ୍ୟ ବୀମା ଯୋଜନାରେ ପିତା ମାତାଙ୍କୁ ସାମିଲ କରିବା, ୩୦ ବର୍ଷ ବୟସ ନିଜ ପିଲାଙ୍କୁ ସାମିଲ କରିବା, ରାଜ୍ୟରେ ପ୍ରେସ ଏକାଡେମୀ ଗଠନ, ଅବସର କାଳୀନ ଭତ୍ତା, ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ ପାଇଁ ଦାବୀ ରହି ଥିବା ବେଳେ ରାଜ୍ୟ ସରକାର ତୁରନ୍ତ ଘୋଷଣା ନ କଲେ ବିଧାନସଭା ଆଗରେ ଧାରଣା ଦିଆଯିବ ବୋଲି ଜିଲ୍ଲା ସଭାପତି ଶ୍ରୀ ଦାଶ କହିଥିଲେ।। ଏହି କାର୍ଯ୍ୟକ୍ରମରେ ଫିରିଙ୍ଗିଆ ବ୍ଲକ ର ପାଞ୍ଚ ଜଣ କାର୍ଯ୍ୟରତ ସାମ୍ବାଦିକ ନୂତନ ଭାବେ ଉତ୍କଳ ସାମ୍ବାଦିକ ସଂଘ ରେ ଯୋଗଦାନ କରିଥିଲେ ସାମ୍ବାଦିକ ବିକ୍ରମ ଦିଗାଲ, ରୋହିତ କହଁର,ବିମଳ ଦିଗାଲ, ହେମନ୍ତ କୁମାର ନାୟକ ,ସୁନାସିର ଦିଗାଲ ପ୍ରମୁଖ ଯୋଗଦାନ କରିଥିଲେ। ଜିଲ୍ଲା ସଭାପତି ଏବଂ ବରିଷ୍ଠ ଅତିଥି ମାନେ ସେମାନଙ୍କୁ ପୁଷ୍ପ ଗୁଛ ଦେଇ ସମ୍ମାନୀତ କରିଥିଲେ। ଏବଂ ସଂଘର ନିତି ଆଦର୍ଶ ମାନି ଆଗକୁ ଚାଲିବାକୁ ପରାମର୍ଶ ଦେଇଥିଲେ। ପରେ ସମସ୍ତ ସାମ୍ବାଦିକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରଶ୍ମୀ ରଞ୍ଜନ ମହନ୍ତ,ଫିରିଙ୍ଗିଆ ଥାନା ଅଧିକାରୀ ରମେଶ କୁମାର ପ୍ରଧାନ, ରେଞ୍ଜର ରବୀନ୍ଦ୍ର କୁମାର ପାତ୍ରଙ୍କ ନିକଟକୁ ଯାଇ ଅଞ୍ଚଳର ସମସ୍ୟା ସଂପର୍କ ରେ ବୁଝିବା ସହ ପ୍ରସାଶନିକ ଅଧିକାରୀ ଓ ଗଣମାଧ୍ୟମ ପ୍ରତିନିଧି ମାନଙ୍କ ମଧ୍ୟରେ ସୁସମ୍ପର୍କ ରହିଲେ ଅଞ୍ଚଳର ବିକାଶ ଓ ସମସ୍ୟା ସମାଧାନ ହୋଇପାରିବ ବୋଲି ଆଲୋଚନା କରିଥିଲେ। ଆଗାମୀ ଦିନରେ ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ଫିରିଙ୍ଗିଆ ଠାରେ ରକ୍ତଦାନ, ବୃକ୍ଷରୋପଣ ଓ ସ୍ୱଚ୍ଛ ଭାରତ ଅଭିଯାନରେ ସ୍ବଚ୍ଛତା ପାଇଁ ବାର୍ତ୍ତା ବହନ କରାଯିବ ବୋଲି ସଂଘ ପକ୍ଷରୁ କୁହାଯାଇଛି।