Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗନ୍ଧମାର୍ଦ୍ଦନ ପର୍ବତକୁ ବାୟୋଡାଇଭର୍ସିଟି ହେରିଟେଜ୍ ସାଇଟ୍‌ର ମାନ୍ୟତା 

ଭୁବନେଶ୍ୱର: ଗନ୍ଧମାର୍ଦ୍ଦନ ପର୍ବତକୁ ମିଳିଲା ଜୈବ ବିବିଧ ଐତିହ୍ୟ ସ୍ଥଳର ମାନ୍ୟତା। ରାଜ୍ୟର ତୃତୀୟ ଜୈବ ବିବିଧ ଐତିହ୍ୟ ସ୍ଥଳର ମାନ୍ୟତା ପାଇଛି ଏହି ପବର୍ତ। ଏହାପୂର୍ବରୁ କନ୍ଧମାଳ ଜିଲ୍ଲାର ମଣ୍ଡାସୁରୁ ଜର୍ଜ ଏବଂ ଗଜପତି ଜିଲ୍ଲାର ମହେନ୍ଦ୍ର ପର୍ବତକୁ ଜୈବ ବିବିଧ ଐତିହ୍ୟ ସ୍ଥଳର ମାନ୍ୟତା ମିଳିସାରିଛି।

ଗନ୍ଧମାର୍ଦ୍ଦନ ପର୍ବତରେ ୧ ହଜାରରୁ ଉର୍ଦ୍ଧ୍ବ ପ୍ରଜାତିର ବୃକ୍ଷ ରହିଛି। ଏହାସହିତ ୮୪୯ ପ୍ରକାରର ଆଞ୍ଜିଓସ୍ପର୍ମ, ୫୬ ପ୍ରକାରର ଟେରିଡୋଫାଇଟ, ୪୦ ପ୍ରକାର ବ୍ରାୟୋଫାଇଟ, ୪୫ ପ୍ରକାରର ଲାଇକେନ, ୨ ପ୍ରକାର ଜିମନୋସ୍ପର୍ମ ରହିଛି ।

ଏହା ସହ ୫୦୦ ପ୍ରଜାତିର ପ୍ରାଣୀଙ୍କ ବାସସ୍ଥଳୀ ହେଉଛି ଗନ୍ଧମାର୍ଦ୍ଦନ ପର୍ବତ । ସେଥିରୁ ୪୩ ପ୍ରକାର ସ୍ତନ୍ୟପାୟୀ ପ୍ରାଣୀ ଥିବାବେଳେ, ୧୬୧ ପ୍ରଜାତିର ପକ୍ଷୀ, ୪୪ ପ୍ରଜାତିର ସରୀସୃପ, ୧୧୮ ପ୍ରକାର ଉଭୟଚର ପ୍ରାଣୀ ଓ ୨୭ ପ୍ରକାର ଡ୍ରାଗନଫ୍ଲାଏ ବାସ କରୁଛନ୍ତି । ସେହପିର ୮୩ ପ୍ରଜାତିର ସ୍ପାଇଡରଙ୍କ ବାସସ୍ଥଳୀ ବି ଏହି ପର୍ବତ‌।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ