Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଓଡିଶା ମୋ ପରିବାର ଜୀବନ ବିନ୍ଦୁ ଆନୁକୂଲ୍ୟରେ ରକ୍ତଦାନ ଶିବିର….୧୦୧ ୟୁନିଟ ରକ୍ତ ଦାନ କଲେ ରକ୍ତ ଦାତା

କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ସଦର ସ୍ଥିତ ଯୁକ୍ତ ଦୁଇ ମହାବିଦ୍ୟାଳୟ ଠାରେ ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମ ଦିନ ଅବସରରେ ଓଡିଶା ମୋ ପରିବାର ଜୀବନ ବିନ୍ଦୁ ଆନୁକୂଲ୍ୟରେ ରେ ନର୍ଲା ନିର୍ବାଚନ ମଣ୍ଡଳୀ ସ୍ତରୀୟ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା ।ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନର୍ଲା ବିଧାୟକ ଭୁପିନ୍ଦର ସିଂ, ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ର ଜିଲ୍ଲା ସଂଯୋଜକ ଅମିତ ଯାଦବ,ଜିଲ୍ଲା ବିଜେଡ଼ି ସାଧାରଣ ସମ୍ପାଦକ ଧର୍ମେନ୍ଦ୍ର ନାଏକ,ରାଜ୍ୟ ଯୁବ ବିଜେଡି ସମ୍ପାଦକ ମଣ୍ଟ ନାଏକ, ମ ରାମପୁର ବ୍ଳକ ବିଜେଡି ସଭାପତି ଗୋବିନ୍ଦ ଶତପଥୀ, ଯୁବ ନେତା ଦଲଜିତ ସିଂ,ଜିଲ୍ଲା ପରିଷଦ ସଭ୍ୟ ମହେନ୍ଦ୍ର ରଣା,କର୍ଲାମୁଣ୍ଡା ବିଜେଡି ବ୍ଳକ ସଭାପତି ସୁରେନ୍ଦ୍ର ସାହୁ,ନର୍ଲା ନିର୍ବାଚନ ମଣ୍ଡଳୀ ଛାତ୍ର ବିଜେଡି ସଭାପତି ଦେବେନ୍ଦ୍ର କୁମାର, କର୍ଲାମୁଣ୍ଡା ଯୁବ ବିଜେଡି ସଭାପତି ସଙ୍ଗୀତ ଭୋଇ,ଛାତ୍ର ବିଜେଡି ବ୍ଳକ ସଭାପତି ସଲିମ ଶେଖର ରଣା, ଜିଲ୍ଲା ଯୁବ ବିଜେଡି ସମ୍ପାଦକ ନନ୍ଦି କିଶୋର ଭୋଇ, କର୍ଲାମୁଣ୍ଡା ପଞ୍ଚାୟତ ସଭାପତି ଦିନ ବନ୍ଧୁ ସାହୁ ପ୍ରମୁଖ ଯୋଗ ଦେଇ ରକ୍ତ ଦାତା ମାନଙ୍କୁ ଉତ୍ସାହିତ କରିଥିଲେ।ଏଥିରେ ନର୍ଲା, ମ ରାମପୁର, କେସିଙ୍ଗା ଓ କର୍ଲାମୁଣ୍ଡା ବ୍ଳକ ରୁ ୧୦୧ ଜଣ ରକ୍ତ ଦାତା ରକ୍ତ ଦାନ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ