Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରଦ୍ଦ ହେଲା ରାହୁଲଙ୍କ ଲୋକସଭା ସାଂସଦ ପଦ

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ହାତରୁ ଗଲା ସଂସଦ ପଦ। ମାନହାନି ମାମଲାରେ କୋର୍ଟଙ୍କ ଦ୍ବାରା ଦଣ୍ଡାଦେଶ ଘୋଷଣା ପରେ ତାଙ୍କ ସଦସ୍ୟତା ରଦ୍ଦ କରାଯାଇଛି। ଏ ନେଇ ଲୋକସଭା ସଚିବ ସୂଚନା ଦେଇଛନ୍ତି। ଲୋକସଭା ସଚିବାଳୟ ପକ୍ଷରୁ ଏ ନେଇ ବଜ୍ଞପ୍ତି ମଧ୍ୟ ପ୍ରକାଶ ପାଇଛି।

ଗତକାଲି ରାହୁଲ ଗାନ୍ଧି ଏହି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ ଏବଂ ତାଙ୍କୁ ୨ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା। ଦଣ୍ଡବିଧାନ ଶୁଣାଣି ପରେ ତାଙ୍କୁ ବେଲ୍‌ ମିଳିଥିଲା। ଏହି ରାୟକୁ ବିରୋଧ କରି କଂଗ୍ରେସ ନେତାମାନେ ଦୃଢ ବିରୋଧ ପ୍ରଦର୍ଶନ କରିଥିଲେ।

ଏହାର ପ୍ରତିଶୋଧ ନେବା ପାଇଁ ଅଣ୍ଟା ଭିଡିଛି କଂଗ୍ରେସ। କଂଗ୍ରେସ ନେତ୍ରୀ ରେଣୁକା ଚୌଧୁରୀ ଏକ ବିବାଦୀୟ ବୟାନକୁ କେନ୍ଦ୍ର କରି ମୋଦୀଙ୍କ ବିରୋଧରେ ମାନହାନି ମକଦ୍ଦମା କରିବା ପାଇଁ କହିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ