Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଏପ୍ରିଲ ପହିଲାରୁ ମହଙ୍ଗା ହେବ କାର୍‌ ଓ ବାଇକ୍‌

ନୂଆଦିଲ୍ଲୀ: ଆସନ୍ତା ମାସରୁ ମହଙ୍ଗା ହେବ କାର୍‌ ଓ ବାଇକ୍‌। ଆସନ୍ତା ମାସରୁ ମାରୁତି ସୁଜୁକି ଏହାର ସବୁ ମଡେଲ କାର ମୂଲ୍ୟ ବୃଦ୍ଧି କରିବ ବୋଲି ଜଣାପଡ଼ିଛି। ମୂଲ୍ୟ ବୃଦ୍ଧି କରିବାର କାରଣ ହେଉଛି ଉଚ୍ଚ ମୁଦ୍ରାସ୍ଫୀତ, ନିୟାମକ ସଂସ୍ଥାର ନିୟମକୁ କାର୍ଯ୍ୟକାରୀ କରିବା। ଏଥିପାଇଁ କମ୍ପାନୀ ତାର ଗାଡି ମୂଲ୍ୟ ବୃଦ୍ଧି କରିବ।

ଏହାବ୍ୟତୀତ ହୋଣ୍ଡା କାର୍‌ ମୂଲ୍ୟ ମଧ୍ୟ ତାର ଆମେଜ୍‌ ମଡେଲ ମୂଲ୍ୟରେ ୧୨ ହଜାର ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରିବ। ଏପ୍ରିଲ ପହିଲାରୁ କମ୍ପାନୀ ମୂଲ୍ୟ ବୃଦ୍ଧି କରିବ ବୋଲି କହିଛି। ଉତ୍ପାଦନ ଖର୍ଚ୍ଚ ବୃଦ୍ଧି ପାଇଁ କମ୍ପାନି ଏଭଳି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ପୂର୍ବରୁ ଟାଟା ମୋଟର୍ସ ମଧ୍ୟ କାର୍‌ଗୁଡ଼ିକର ମୂଲ୍ୟ ୫ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରିବା ନେଇ ଘୋଷଣା କରିଛି।

ହିରୋ ମଧ୍ୟ ଏଥିରୁ ବାଦ୍‌ ପଡ଼ିନି। ଆସନ୍ତା ପହିଲାରୁ ହିରୋ ବାଇକ୍‌ ଓ ସ୍କୁଟର ମୂଲ୍ୟରେ ବୃଦ୍ଧି ବୋ ନେଇ ଘୋଷଣା କରିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories