Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଇସ୍ରାଏଲ ଦେଖାଇଲା ଦମ ! ଜୋ ବାଇଡେନଙ୍କ ପରେ ତେଲ ଅଭିଭ ପହଞ୍ଚିଲେ ବ୍ରିଟିଶ ପିଏମ ଋଷି ସୁନକ

ଅଭିଭ: ଇସ୍ରାଏଲ ଓ ହମାସରେ ଯୁଦ୍ଧ ସମୟରେ ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକ ମଧ୍ୟ ଇସ୍ରାଏଲର ତେଲ ଅଭିଭ ପହଞ୍ଚିଛନ୍ତି। ସେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତନ୍ୟାହୁ ଓ ଅନ୍ୟ ପଦାଧିକାରୀଙ୍କ ସହ ସାକ୍ଷାତ କରିବେ। ସୁନକଙ୍କ କାର୍ଯ୍ୟାଳୟୟ ଅନୁଯାୟୀ, ସୁନକ ନେତନ୍ୟାହୁ ଓ ଇସ୍ରାଏଲର ରାଷ୍ଟ୍ରପତି ହେରଜୋଗଙ୍କୁ ଭେଟିବେ ଓ ହମାସ ଆକ୍ରମଣ ପରେ ମୃତ୍ୟୁ ଘଟିଥିବା ଲୋକଙ୍କ ପ୍ରତି ସମବେଦନ ଜଣାଇବେ। ନିଜର ଏହି ଯାତ୍ରା ପୂର୍ବରୁ ସୁନକ କହିଥିଲେ ଯେ, ହମାସର ଆକ୍ରମଣ ଏକ ବିପଦଜ୍ଜନକ ଆତଙ୍କୀ ହମଲା ଥିଲା ଓ ସାଧାରଣ ଜନତାଙ୍କୁ ମାରିବା ସବୁଠୁ ବଡ଼ ଅପରାଧ।

ରୟଟର୍ସ ଅନୁଯାୟୀ, ଋଷି ସୁନକ ଇସ୍ରାଏଲ ସହ ଆଲୋଚନା କରିବେ ଏବଂ ଗାଜାରେ ମାନବୀୟ ସହାୟତା ଯୋଗାଇବାର ରାସ୍ତା ଖୋଲାଯିବା ଉପରେ ବିଚାର କରିବେ। ଉଲ୍ଲେଖନୀୟ ଆମେରିକା ରାଷ୍ଟ୍ରପତି ବାଇଡେନ୍ ମଧ୍ୟ ଏହି ବିଷୟରେ ନେତନ୍ୟାହୁଙ୍କ ସହ ଆଲୋଚନା କରିଥିଲେ। ବ୍ରିଟେନର ଅନେକ ନାଗରିକ ଗାଜାରେ ଫସିଛନ୍ତି। ସୁନକ ଗାଜାର ହସ୍ପିଟାଲ୍ ଉପରେ ଆକ୍ରମଣକୁ ନିନ୍ଦ ମଧ୍ୟ କରିଥିଲେ।

ସୂଚନାଯୋଗ୍ୟ, ଗାଜା ଓ ହମାସ ଯୁଦ୍ଧରେ ଏ ପର୍ଯ୍ୟନ୍ତ ୪ ହଜାରରୁ ଅଧିକ ଲୋକଙ୍କ ପ୍ରାଣହାନୀ ଘଟିଛି। ଇସ୍ରାଏଲ ଦାବି କରିଥିଲା ଯେ, ହମାସ ଆକ୍ରମଣରେ ତା ଦେଶର ୧୪୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି। ଅନ୍ୟପଟେ ଇସ୍ରାଏଲର ଆକ୍ରମଣରେ ଗାଜାରେ ଲୋକେ ଭୋକ ଓ ଉପାସରେ ମରିବାରେ ଲାଗିଛନ୍ତି। ଏହି କ୍ରମରେ ଋଷି ସୁନକଙ୍କ ଇସ୍ରାଏଲ ଗସ୍ତକୁ ଗୁରୁତ୍ଵପୂର୍ଣ୍ଣ ବୋଲି କୁହାଯାଉଛି। ସୁନକ ବ୍ରିଟେନ ସଂସଦରେ ମଧ୍ୟ ଇସ୍ରାଏଲର ସମର୍ଥନ ଘୋଷଣା କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ